Advertisment

ବଡ଼ ସମସ୍ୟା, ଚିନ୍ତାରେ ପରୀକ୍ଷାର୍ଥୀ ! OCS-OJS ପରୀକ୍ଷା ଖାତା ଦେଖିବାକୁ ନାହାନ୍ତି ଏକ୍‌ଜାମିନର..

ପରୀକ୍ଷାର ୮ମାସ ପରେ ବି ବାହାରିପାରୁନି OCS ଓ OJS ଫଳ । ମୂଲ୍ୟାୟନକାରୀ ନଥିବାରୁ ଉଚ୍ଚଶିକ୍ଷା ବିଭାଗକୁ OPSCର ଚିଠି  ।

undefined

OJS-OAS

Advertisment

OPSCକୁ ଏକ୍‌ଜାମିନର୍ ସଂକଟ । ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ । ବିଳମ୍ବ ହେଉଛି OCS ଏବଂ OJS ଫଳ ପ୍ରକାଶ । ଚାଲିଛି ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ଖୋଜା । ଓଡ଼ିଶା ସିଭିଲ ସର୍ଭିସେସ୍-OCS ଏବଂ ନ୍ୟାୟିକ ସେବା- OJS ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ କାହିଁକି ? UPSC ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ମେନ୍ ରେଜଲ୍ଟ ୨ ମାସ ହେଲା ଆସିସାରିଲାଣି । ହେଲେ OCS ଏବଂ OJS ମେନ୍ ପରୀକ୍ଷାକୁ ୮ ମାସ ବିତିଥିଲେ ବି, ରେଜଲ୍ଟ ଏଯାଏଁ ଆସିନି । ଫଳରେ ଅନିଶ୍ଚିତତା ଭିତରେ ପରୀକ୍ଷାର୍ଥୀ । ୟାରି ଭିତରେ ଚିନ୍ତା ବଢ଼ାଇଛି ସରକାରୀ ଚିଠି । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ବା OPSC ପାଖରେ ଖାତା ଦେଖିବା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ନଥିବାରୁ ଫଳ ପ୍ରକାଶରେ ବିଳମ୍ବ ହେଉଛି । ଏନେଇ ପରୀକ୍ଷାର୍ଥୀମାନେ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ, ଶିକ୍ଷାବିତ୍ ବି ଚିନ୍ତାପ୍ରକଟ କରିଛନ୍ତି ।

Advertisment

ଏକଥା ଆମେ କହୁନୁ, ଏକଥା କହୁଛି ଖୋଦ୍ ଓଡ଼ିଶା ଲୋକସେବା ଆୟୋଗ ବା OPSCର ଚିଠି । ଗତ ୨୦ ତାରିଖରେ ଉଚ୍ଚଶିକ୍ଷା ବିଭାଗକୁ ଲେଖାଯାଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, OPSC ନିର୍ଦ୍ଦିଷ୍ଟ ଅବଧି ଭିତରେ ଓଡ଼ିଶା ସିଭିଲ୍ ସର୍ଭିସ୍ ଏବଂ ଓଡ଼ିଶା ଜୁଡ଼ିସିଆଲ୍ ସର୍ଭିସ୍ ଆଦି ପରୀକ୍ଷାର ଡେସ୍କ୍ରିପ୍ଟିଭ୍ ପେପର୍ ବା ବିଷୟ ଭିତ୍ତିକ ଖାତା ଦେଖାରେ ସମସ୍ୟା ଭୋଗୁଛି । ଏହାର କାରଣ ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ରାଙ୍କ୍‌ର ଏକ୍‌ଜାମିନର୍ ବା ମୂଲ୍ୟାୟନକାରୀଙ୍କ ଅଭାବ । ଏହାଦ୍ୱାରା ପରୀକ୍ଷା ଫଳ ଚୂଡ଼ାନ୍ତ କରିବାରେ ଓ ପ୍ରକାଶରେ ବିଳମ୍ବ ହେଉଛି । ଏହି ଦୃଷ୍ଟିରୁ ଉଚ୍ଚଶିକ୍ଷା ବିଭାଗକୁ ସରକାରୀ କଲେଜ ଓ ୟୁନିଭର୍ସିଟିରେ କାର୍ଯ୍ୟରତ ୩୨ଟି ବିଷୟର ଫାକଲ୍ଟିଙ୍କ ତାଲିକା ମାଗିବା ସହିତ ସେମାନଙ୍କୁ ୧୦ ଦିନ ପାଇଁ ଖାତା ମୂଲ୍ୟାୟନରେ ନିୟୋଜିତ କରାଯିବ ବୋଲି ଲେଖିଛି OPSC ।

ଆୟୋଗର ଏହି ଚିଠି ପରେ, ଗତକାଲି ସବୁ ସରକାରୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସରଙ୍କ ତାଲିକା ପଠାଇବା ପାଇଁ ଲେଖିଛି ଉଚ୍ଚଶିକ୍ଷା ବିଭାଗ । ଏଣେ ଚଳିତବର୍ଷ ଜାନୁଆରୀରେ ହୋଇଥିବା OCS ଏବଂ OJS ମେନ୍ ପରୀକ୍ଷାର ରେଜଲ୍ଟ ୮ ମାସ ପରେ ବି ପ୍ରକାଶ ପାଇନାହିଁ । ତେଣୁ ଅନିଶ୍ଚିତତା ଭିତର ଦେଇ ଗତି କରୁଥିବା ପରୀକ୍ଷାର୍ଥୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ଉପରେ ।

Advertisment

ଏହି ପ୍ରସଙ୍ଗରେ ମତ ରଖି ଉଦ୍‌ବେଗ ପ୍ରକାଶ କରିବା ସହିତ ଓପିଏସ୍‌ସିର କାର୍ଯ୍ୟଧାରା ଉପରେ ବି ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍ । କହିଛନ୍ତି, ପରୀକ୍ଷା ପରେ ମୂଲ୍ୟାୟନକାରୀଙ୍କୁ ଖୋଜାଯିବା ଅତି ହାସ୍ୟାସ୍ପଦ କଥା । ଯଦି ଓଡ଼ିଶା ଭିତରେ ଆବଶ୍ୟକତା ଅନୁସାରେ ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ମିଳୁନାହାନ୍ତି, ତେବେ ଓଡ଼ିଶା ବାହାରୁ ମଧ୍ୟ ଓଡ଼ିଆ ଖାତା ଦେଖିପାରୁଥିବା ଯୋଗ୍ୟ ପ୍ରଧ୍ୟାପକଙ୍କୁ ଓପିଏସ୍‌ସି ମୂଲ୍ୟାୟନ ଦାୟିତ୍ୱ ଦେଇପାରିବ । ତେବେ ବର୍ତ୍ତମାନ ଓପିଏସ୍‌ସିରେ ଉଭୟ ବୋଝ ଓ ଦୁର୍ନୀତି ବଢ଼ିଛି ବୋଲି ଶିକ୍ଷାବିତ୍ ଅଭିଯୋଗ କରିଛନ୍ତି । ତେବେ ଏନେଇ ଓପିଏସ୍‌ସି କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

OPSC OJS OCS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ