Advertisment

ଓମିକ୍ରନର ଆତଙ୍କ ଭିତରେ ଏବେ ନୂଆ ବିପଦ ଆଣିଲା ଫ୍ଲୋରୋନା

୪ ଦିନରେ ଦୁଇ ଗୁଣା ହେଲାଣି ରାଜ୍ୟର ଦୈନିକ କରୋନା ସଂକ୍ରମଣ। ଡିସେମ୍ବର ୨୮ ତାରିଖରେ ଦୈନିକ ସଂକ୍ରମଣ ୧୫୬ ଥିଲା। ବେଳେ ନୂଆବର୍ଷର ପ୍ରଥମ ଦିନରେ ଏହା ୨୯୮ ଛୁଇଁଛି।

omicron Variant

omicron Variant

Advertisment

ଭୁବନେଶ୍ୱର: ପୁଣି ଫଁ ଦେଖାଇଲାଣି ମହାମାରୀ କରୋନା। ଦେଶରେ ଦୈନିକ ସଂକ୍ରମଣ ହଠାତ୍ ୫ ହଜାର ବଢ଼ିଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୨ ହଜାର ୭୭୫ ଜଣ କରୋନା ଆକ୍ରାନ୍ତ। ଏମିତିକି ଦିନକରେ ୪୦୬ ଜଣଙ୍କ ଜୀବନ ନେଇଛି ଏ ଅଦୃଶ୍ୟ ଭୂତାଣୁ। ଏପଟେ ଲମ୍ଫ ମାରୁଛି କୋଭିଡର ଦ୍ରୁତ ସଂକ୍ରାମକ ଭାରିଆଣ୍ଟ ଓମିକ୍ରନ୍। ଦେଶର ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାୟା ବଢ଼ାଇଥିବା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧ ଛୁଇଁଲାଣି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଜଣ, ଦିଲ୍ଲୀରେ ୩୫୧ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ତାମିଲନାଡୁ, ଗୁଜରାଟ ଓ କେରଳରେ ବି ସେଞ୍ଚୁରୀ ମାରିଲାଣି ଏ ନୂଆ ଭାରିଆଣ୍ଟ।

Advertisment

ତେବେ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୮ ଜଣ ଆରୋଗ୍ୟ ଖବର ସାମାନ୍ୟ ଆଶ୍ୱସ୍ତି ଆଣିଛି। ଏପଟେ ୪ ଦିନରେ ଦୁଇ ଗୁଣା ହେଲାଣି ରାଜ୍ୟର ଦୈନିକ କରୋନା ସଂକ୍ରମଣ। ଡିସେମ୍ବର ୨୮ ତାରିଖରେ ଦୈନିକ ସଂକ୍ରମଣ ୧୫୬ ଥିଲା। ବେଳେ ନୂଆବର୍ଷର ପ୍ରଥମ ଦିନରେ ଏହା ୨୯୮ ଛୁଇଁଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣର ରୂପ ନେବା ନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଯୁକ୍ତି ବାଢ଼ିବା ସହ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ଓମିକ୍ରନ୍ କାୟା ମେଲାଉଥିବାରୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। 

ଏପଟେ ଦିନକ ପରେ ଆରମ୍ଭ ହେବ ୧୫ରୁ ୧୮ ବର୍ଷ ବୟସ୍କ କିଶୋରଙ୍କ ଟୀକାକରଣ। ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି ପଞ୍ଜୀକରଣ। COWIN ପୋର୍ଟାଲରେ ମୋବାଇଲ ନମ୍ବର ଦାଖଲ ପରେ OTP ଜରିଆରେ ଟିକାକରଣ ପାଇଁ ନାମ ପଞ୍ଜୀକରଣ କରାଯାଇପାରୁଛି। ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ୩ରୁ କିଶୋରଙ୍କ ଟିକାକରଣ ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏବେ ରାଜ୍ୟରେ ୧୫ ଲକ୍ଷ ଡୋଜ୍ କୋଭାକ୍ସିନ୍ ମହଜୁଦ ଅଛି। ରାଜ୍ୟରେ ଥିବା ୨୬ଶହ ଟୀକାକରଣ କେନ୍ଦ୍ରରେ କିଶୋରଙ୍କୁ ଟିକା ଦିଆଯିବ। ସେଥିମଧ୍ୟରୁ କେତେକ କେନ୍ଦ୍ର କେବଳ କିଶୋରଙ୍କ ଲାଗି ରହିବ। ଯେଉଁମାନେ ଅନଲାଇନ୍‌ରେ ସ୍ଲଟ୍ ବୁକ୍ କରି ନଥିବେ ସେମାନଙ୍କୁ ଟିକାକରଣ କେନ୍ଦ୍ରରେ ଅନସ୍ପଟ୍ ବୁକିଂ ସୁବିଧା ଯୋଗାଇ ଦିଆଯିବ।

Advertisment

ଓମିକ୍ରନକୁ ନେଇ ସାରା ବିଶ୍ୱ ଆତଙ୍କ ଭିତରେ ଥିବା ବେଳେ ଏବେ ନୂଆ ବିପଦ ଆଣିଛି ଫ୍ଲୋରୋନା। ଜଣେ ରୋଗୀ ଏକ ସମୟରେ ଫ୍ଳୁ ଓ କରୋନାରେ ଆକ୍ରାନ୍ତ ହେଲେ ତାକୁ ଫ୍ଳୋରୋନା କୁହାଯାଉଛି। ଇସ୍ରାଏଲ୍‌ରେ ବିଶ୍ୱର ପ୍ରଥମ ଫ୍ଲୋରୋନା କେସ୍ ଚିହ୍ନଟ ହୋଇଛି।  

ରିପୋର୍ଟ: ଟି. ଗୌରୀଶଙ୍କର, ବିଶ୍ୱଜିତ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ସାହୁ ଓ କପିଳେନ୍ଦ୍ର ପ୍ରଧାନ

Advertisment
COVID19 Omicron Variant Omicron Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ