• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କାଲି ଓଜେଇଇ ରେଜଲ୍ଟ । ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ(OJEE) ରେଜଲ୍ଟ । ସକାଳ ୧୧ଟା ୩୦ରେ ପ୍ରକାଶ ପାଇବ ରେଜଲ୍ଟ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିବେ । ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିଅମରେ ମନ୍ତ୍ରୀ ଯୋଗଦେଇ ରେଜଲ୍ଟ ପ୍ରକାଶ କରିବେ ।

ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ଏଥର ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା । ଏହାଛଡ଼ା କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା ।