Advertisment

ପୂଜା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ

ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଥିଲେ ମନ୍ତ୍ରୀ। ସେଯାଏ ଅନଲାଇନରେ କ୍ଲାସ ଚାଲିବ ବୋଲି କହିଥିଲେ।

Primary School Reopen

Primary School Reopen

Advertisment

ଭୁବନେଶ୍ୱର: ଦଶହରା ଛୁଟି ପରେ ରାଜ୍ୟରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫଲାଇନ୍ ମୋଡ୍‌ରେ କରାଯିବ ବୋଲି ବିଭାଗ ସୂଚନା ଦେଇଛି। ପୂର୍ବରୁ ନବମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ଚାଲିଥିଲା। ଉଭୟ କ୍ଲାସର ଛାତ୍ରଛାତ୍ରୀ ଅଫ୍ଲାଇନ୍‌ରେ ପାଠ ପଢୁଛନ୍ତି। ତେବେ ଦଶହରା ଛୁଟି ପରେ ଅର୍ଥାତ କେତେ ତାରିଖରୁ ଅଷ୍ଟମ ଏବଂ ଏକାଦଶ ପିଲାଙ୍କ ପାଠପଢ଼ା ଅଫଲାଇନ୍ ମୋଡ୍‌ରେ ହେବ, ସେନେଇ ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏପରିକି ଏ ସମ୍ପର୍କିତ ଗାଇଡଲାଇନ୍ ବି ଜାରି ହୋଇନି।

Advertisment

ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଥିଲେ ମନ୍ତ୍ରୀ। ସେଯାଏ ଅନଲାଇନରେ କ୍ଲାସ ଚାଲିବ ବୋଲି କହିଥିଲେ। ଛାତ୍ରଛାତ୍ରୀମାନେ ଯେପରି ମୋବାଇଲ ଫୋନ ବ୍ୟବହାର କେବଳ ପାଠପଢା ପାଇଁ କରିବେ ଏବଂ ଦୁରୂପଯୋଗ ନ କରିବେ ସେଥିପ୍ରତି ଅଭିଭାବକମାନେ ଦେଖିବା କଥା ବୋଲି କହିଛନ୍ତି ସମୀର ଦାସ।

କୋଭିଡ୍‌ ଯୋଗୁଁ ରାଜ୍ୟରେ ରାଜ୍ୟରେ ଅନେକ ଦିନ ଧରି ଲକଡାଉନ୍‌ ଓ ସଟଡାଉନ୍‌ ଲାଗୁ ହୋଇଥିଲା। ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିଛି। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳରେ ନେଟ୍‌ୱର୍କ ନଥିବାରୁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିବା ସହଜ ହେଉନାହିଁ।ଯାହାଫଳରେ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ସ୍କୁଲ ଖୋଲିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରୁଛନ୍ତି।

Advertisment
Sameer Dash School Reopen Puja Vacation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ