Advertisment

କାହିଁକି ଖସୁଛି ସରକାରୀ ଶିକ୍ଷାନୁଷ୍ଠାନର NIRF ରାଙ୍କ୍ ?

ଉଚ୍ଚଶିକ୍ଷା ବିଭାଗକୁ ନାକ୍ ରାଙ୍କିଂ ଚିନ୍ତା । କାହିଁକି ଖସୁଛି ସରକାରୀ ଶିକ୍ଷାନୁଷ୍ଠାନର NIRF ରାଙ୍କ୍? ଦୋଷ ତ୍ରୁଟି ରହୁଛି କେଉଁଠି? କାରଣ ଖୋଜି ଜଣାଇବାକୁ ସବୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ।

author-image
Manoranjan Behera
Odisha Universities

Odisha Universities

ନୂଆ ନୂଆ ବିଶ୍ୱବିଦ୍ୟାଳୟ ଖୋଲିଚାଲିଛନ୍ତି ରାଜ୍ୟ ସରକାର । କିନ୍ତୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡିକ ଜାତୀୟ ରାଙ୍କରେ ପଛରେ ରହୁଛନ୍ତି । ଯାହାକି ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ମାନ କମିବା କାରଣ ଖୋଜିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପଟେ ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କ ମତ ଭିତ୍ତିଭୂମିର ବିକାଶ ହେଉନଥିବାରୁ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକର ଜାତୀୟ ସ୍ତରରେ ପଛରେ ରହୁଛନ୍ତି ।

Advertisment

ଉଚ୍ଚଶିକ୍ଷା ବିଭାଗକୁ ନାକ୍ ରାଙ୍କିଂ ଚିନ୍ତା । କାହିଁକି ଖସୁଛି ସରକାରୀ ଶିକ୍ଷାନୁଷ୍ଠାନର NIRF ରାଙ୍କ୍? ଦୋଷ ତ୍ରୁଟି ରହୁଛି କେଉଁଠି? କାରଣ ଖୋଜି ଜଣାଇବାକୁ ସବୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ ଦିନକୁ ଦିନ ଉଚ୍ଚଶିକ୍ଷାର ମାନ ରସାତଳଗାମୀ ହେଉଛି । ଶିକ୍ଷାନୁଷ୍ଠାନ ଗୁଡିକରେ ଭିତ୍ତିଭୂମି ଅଭାବ ଓ ଅଧ୍ୟାପକ ମରୁଡି ଲାଗି ଜାତୀୟ ସ୍ତରର ରାଙ୍କ୍ ହାସଲରେ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ନିରାଶଜନକ ପ୍ରଦର୍ଶନ କରୁଛନ୍ତି ।

ଏଥିପାଇଁ ଗତ ୮ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ନାକ୍ ମାନ୍ୟତା ଓ NIRF ରାଙ୍କ୍ ଖସିବା ନେଇ ଆଲୋଚନା ହୋଇଥିଲା । ନିଷ୍ପତ୍ତି ହୋଇଛି ଏଥିରେ ସୁଧାର ଅଣାଯିବ । ବୈଠକ ପରେ ଉଚ୍ଚଶିକ୍ଷା ବିଭାଗ ସବୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଚିଠି କରିଛି । ଯେଉଁଥିରେ ଉଲ୍ଲେଖ ଅଛି, ଆଞ୍ଚଳିକ ନିର୍ଦ୍ଦେଶକମାନେ ଗ୍ରାଉଣ୍ଡକୁ ଯାଇ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକରେ କି କି ସମସ୍ୟା ରହିଛି ତାର ରିପୋର୍ଟ ଦେବେ ।

Advertisment

ଆବଶ୍ୟକ ସ୍ଥଳେ ଆଉଟ୍ ସୋର୍ସିଂ ସଂସ୍ଥାକୁ ମଧ୍ୟ ନିୟୋଜିତ କରିବାକୁ କୁହାଯାଇଛି । ଏହାସହ କେତେ ପଦବୀ ଖାଲି ଅଛି ତାର ମଧ୍ୟ ତାଲିକା ମାଗିଛି ବିଭାଗ। ତେବେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଯେ ସବୁ କିଛି ଠିକ୍ ଠାକ୍ ଚାଲିନି ତାହା ବିଭାଗରେ ଏହି ଚିଠିରୁ ସ୍ପଷ୍ଟ ହୋଇଛି । ସେପଟେ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡିକରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ବି ପ୍ରଶ୍ନବାଚୀ ଲଗାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ସାରା ଦେଶରେ ଶିକ୍ଷାନୁଷ୍ଠାନକୁ ନେଇ ନିକଟରେ ପ୍ରକାଶିତ NIRF ରାଙ୍କରେ ଓଡ଼ିଶାର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ଟପ୍ ଟେନ୍ ରେ ସ୍ଥାନ ପାଇନାହାନ୍ତି। ସେହିପରି ଶ୍ରେଷ୍ଠ ୧୦୦ରେ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ ୯୩ତମ ସ୍ଥାନରେ ରହିଥିଲା । ନାକ୍ ମାନ୍ୟତାରେ ବି ଉତ୍କଳ ବିଶ୍ୱବିଦ୍ୟାଳୟ ଏ ପ୍ଲସ୍ ପ୍ଲସ୍ ରୁ ଏ ପ୍ଲସ୍ କୁ ଖସିଛି। ସବୁ ଶିକ୍ଷାନୁଷ୍ଠାନର ସ୍ଥିତି ସଙ୍ଗୀନ। ଅଧ୍ୟାପକ ଅଭାବ, ଦୁର୍ବଳ ଭିତ୍ତିଭୂମି ଆଉ ଗବେଷଣା କ୍ଷେତ୍ରରେ ପଛରେ ରହୁଥିବାରୁ ଶିକ୍ଷାନୁଷ୍ଠାନଗୁଡିକ ଜାତୀୟ ସ୍ତରରେ ମାନ ହରାଉଛନ୍ତି ବୋଲି ମତ ରଖିଛନ୍ତି ଶିକ୍ଷାବିତ।

ସେପଟେ ଉଚ୍ଚ ଶିକ୍ଷା ବିଭାଗର କହିବା ହେଲା ସରକାର ଚେଷ୍ଟା କରୁଛନ୍ତି କିଭଳି ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିପାରିବେ ରାଜ୍ୟର ଶିକ୍ଷାନୁଷ୍ଠାନ। NIRF ରାଙ୍କ୍ ଓ ନାକ୍ ମାନ୍ୟତା ଗୋଟିଏ ଶିକ୍ଷାନୁଷ୍ଠାନର କେବଳ ମାନ ନିର୍ଦ୍ଧାରଣ କରିନଥାଏ, ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ କ୍ୟାରିୟର ବି ନିର୍ଭର କରିଥାଏ । ମାନ୍ୟତା ଦ୍ୱାରା ଆସୁଥିବା କେନ୍ଦ୍ରୀୟ ପାଣ୍ଠି ଶିକ୍ଷାକ୍ଷେତ୍ରକୁ ବିକଶିତ କରିଥାଏ ।

Odisha Universities NIRF
Advertisment
Advertisment