Advertisment

ଆଜିଠୁ ପୁଣି ୨ ଦିନ ସ୍କୁଲ୍‌ ଛୁଟି, ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ

ଆଜି ‌ଓ ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Odisha Heat Wave

Odisha schools remains closed from today

Advertisment

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପୁଣି ଦୁଇ ଦିନ ସ୍କୁଲ୍‌ ଛୁଟି। ଆଜି ‌ଓ ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

Advertisment

ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବି ହିଟ୍ ୱେଭ୍ ଯୋଗୁ ଗତ ୧୨ରୁ ୧୬ ତାରିଖ ୫ ଦିନ ଯାଏ ସ୍କୁଲ୍‌ ଛୁଟି କରାଯାଇଥିଲା। ଏବେ ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପାରଦ ୪୪ ଡିଗ୍ରୀ ଡେଇଁଲାଣି।

Advertisment

ଆସନ୍ତା ୨୧ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟର ୨୯ଟି ସହରରେ ଗତକାଲି ପାରଦ ୪୦ ଡିଗ୍ରୀ ପାର୍ କରିଥିବା ବେଳେ ବାରିପଦା ଏବଂ ଝାରସୁଗୁଡା ରେ ସର୍ବାଧିକ ୪୪.୨ ଡିଗ୍ରୀ ରେକର୍ଡ ହୋଇଥିଲା। ତାପମାତ୍ରା ବୃଦ୍ଧି ପାଉଥିବାରୁ ୨୧ ତାରିଖ ପରଠୁ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Schools School Close
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ