Advertisment

ସ୍କୁଲ ଖୋଲିବା ନେଇ ଜାରି ହେଲା ମାର୍ଗଦର୍ଶିକା

ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ ଖୋଲାଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷାଧତ୍କାରୀଙ୍କୁ ଜଣାଇବେ ପ୍ରଧାନଶିକ୍ଷକ। ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି, କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ।

ସ୍କୁଲ ଖୋଲିବା ନେଇ ମାର୍ଗଦର୍ଶିକା

ସ୍କୁଲ ଖୋଲିବା ନେଇ ମାର୍ଗଦର୍ଶିକା

Advertisment

ଭୁବନେଶ୍ୱର: ସ୍କୁଲ ଖୋଲାଯିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ୨୧ରୁ ଏକାଦଶ, ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ମାର୍ଗଦର୍ଶିକା ଜାରି ହୋଇଛି। ଅଷ୍ଟମ ଶ୍ରେଣୀ ପାଇଁ ୧୭ରୁ ୨୪ ମଧ୍ୟରେ ଶିକ୍ଷକ-ପରିଚାଳନା କମିଟି ବୈଠକ ବସିବ। ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ ଖୋଲାଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷାଧତ୍କାରୀଙ୍କୁ ଜଣାଇବେ ପ୍ରଧାନଶିକ୍ଷକ।

Advertisment

ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି, କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ। ପାଠପଢ଼ା ନେଇ ଆଲୋଚନା କରିବେ ଶିକ୍ଷକ ଓ ପରିଚାଳନା କମିଟି। ୨୭, ୨୮, ୨୯ରେ ସ୍ବତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ। ଆକଳନ ସରିବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷାଦାନ ହେବ।  ସ୍କୁଲରେ ଭୟମୁକ୍ତ ବାତାବରଣ ସୃଷ୍ଟି ପାଇଁ ଶିକ୍ଷକମାନେ ପ୍ରଚେଷ୍ଟା କରିବେ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବଦଳରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ।

ସ୍କୁଲ୍ ଖୋଲିବାକୁ ନେଇ ବିଶେଷକରି ଉପାନ୍ତ ଅଞ୍ଚଳରେ ପିଲାଙ୍କ ଭିତରେ ଖୁସିର ଲହରି। ତେବେ ପ୍ରଶ୍ନ ଉଠୁଛି, ଯେଉଁଠି ଯଥେଷ୍ଟ କ୍ଲାସ ରୁମ୍ ନଥିବ ସେଠାରେ କିପରି ସାମାଜିକ ଦୂରତାରେ ପିଲାଏ ପାଠ ପଢିବେ। କାରଣ ପୂର୍ବରୁ ନବମ ଓ ଦଶମ ଶ୍ରେଣୀ ଖୋଲାଯାଇଛି। ଭିଡ଼ କମାଇବା ଲାଗି ଏପରିସ୍ଥଳେ ଜିଲ୍ଲାପାଳମାନେ ଦୁଇଟି ସିଫ୍ଟ କରି କ୍ଲାସ ପରିଚାଳନା କରିପାରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି।

Advertisment
Reopening Of Schools Students Guidelines For Offline Class
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ