/odishatv-khabar/media/post_attachments/uploadimage/library/16_9/16_9_0/OJEE_1658902956.jpg)
OJEE
ପ୍ରକାଶ ପାଇଲା ଚଳିତ ବର୍ଷର OJEE ରେଜଲ୍ଟ । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିୟମରେ ବିଧିବଦ୍ଧ ଭାବେ ମନ୍ତ୍ରୀ ରେଜଲ୍ଟ ପ୍ରକାଶ କରିଛନ୍ତି । www.ojee.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।
MBAରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବା ବେଳେ MCAରେ ଈଶାନ୍ତ କୁମାର ନାୟକ ପରୀକ୍ଷାରେ ଟପ୍ କରିଛନ୍ତି । ସେହିପରି ବି.ଫାର୍ମରେ ଅରୂପ ପଣ୍ଡା ,ଏମ୍. ଫାର୍ମରେ ସଚିନ ନାୟକ, ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ , ଏମ୍.ଟେକ୍ ସିଭିଲ ଇଂଜିନିୟରିଂରେ ସଂଜୀବ ପ୍ରଧାନ ,ଏମ୍.ଟେକ୍ ଇଲେକ୍ଟ୍ରିକାଲରେ ମିଥୁନ ଅଧିକାରୀ, ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି ।
ଜୁଲାଇ ୪ ତାରିଖରେ ହୋଇଥିବା OJEEରେ୪୭ ହଜାର ୭୬୧ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଏହାଛଡ଼ା କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)