Advertisment

କ୍ଲାସ୍‌ ହେଲେ ସ୍କୁଲରେ ବଢିବ ଗହଳି: କୋଭିଡ୍‌ମୁକ୍ତ ସରକାରଙ୍କ ଚ୍ୟାଲେଞ୍ଜ୍

ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ବୈଠକରେ ଗାଇଡ ଲାଇନ୍ କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅଭିଭାବକଙ୍କ ମନରେ କିନ୍ତୁ ଶଙ୍କା ରହୁଛି।

undefined

Covidfree Class

Advertisment

ଭୁବନେଶ୍ୱର: ଆସନ୍ତା ୨୧ରୁ ଖୋଲିବ ଏକାଦଶ ଆଉ ୨୫ରୁ ସ୍କୁଲ୍ ଯିବେ ଅଷ୍ଟମ ପିଲା। ତେବେ ସଂକ୍ରମଣମୁକ୍ତ ଶିକ୍ଷାଦାନ ଲାଗି ଉଭୟ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ। ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ ନଜର ରହିବ। ପିଲାଙ୍କ ଉପରେ ଲକ୍ଷଣ ଥିବା ପିଲାଙ୍କର ଟେଷ୍ଟିଂ କରାଯିବ। ଶିକ୍ଷକ ଓ କର୍ମଚାରୀ ଡବଲ୍ ଡୋଜ ଟିକା ନେଇଛନ୍ତି ନା ନାହିଁ। ତାଉପରେ ତୀକ୍ଷ୍ଣ ନଜର ରଖିବ ସ୍ବାସ୍ଥ୍ୟ ବିଭାଗ। ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ପଞ୍ଚାୟତରାଜ ବିଭାଗ ସଚିବ ମିଳିତ ଭାବେ ସବୁ ଜିଲ୍ଲାପାଳଙ୍କୁ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ଆଜି ଚିଠି ଲେଖିଛନ୍ତି। ବିଶୋଧନ, ପାନୀୟ ଜଳ ମହଜୁଦ ସହ କୋଭିଡ ଗାଇଡ ଲାଇନ୍ ପାଳନରେ ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟମାନେ ସହଯୋଗ କରିବେ। ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପାଠ ପଢାଯିବ।

Advertisment

ସ୍କୁଲ୍ ଖୋଲିବାକୁ ନେଇ ବିଶେଷକରି ଉପାନ୍ତ ଅଞ୍ଚଳରେ ପିଲାଙ୍କ ଭିତରେ ଖୁସିର ଲହରି। ତେବେ ପ୍ରଶ୍ନ ଉଠୁଛି, ଯେଉଁଠି ଯଥେଷ୍ଟ କ୍ଲାସ ରୁମ୍ ନଥିବ ସେଠାରେ କିପରି ସାମାଜିକ ଦୂରତାରେ ପିଲାଏ ପାଠ ପଢିବେ। କାରଣ ପୂର୍ବରୁ ନବମ ଓ ଦଶମ ଶ୍ରେଣୀ ଖୋଲାଯାଇଛି। ଭିଡ଼ କମାଇବା ଲାଗି ଏପରିସ୍ଥଳେ ଜିଲ୍ଲାପାଳମାନେ ଦୁଇଟି ସିଫ୍ଟ କରି କ୍ଲାସ ପରିଚାଳନା କରିପାରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି।

ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ବୈଠକରେ ଗାଇଡ ଲାଇନ୍ କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅଭିଭାବକଙ୍କ ମନରେ କିନ୍ତୁ ଶଙ୍କା ରହୁଛି। ସ୍କୁଲ ପରିଚାଳନା କମିଟି, ଅଭିଭାବକ, ଶିକ୍ଷକ ସଂଘ, ପ୍ରଧାନ ଶିକ୍ଷକ ଓ ପିଆରଆଇ ସଦସ୍ୟଙ୍କ ଉପରେ ସଂକ୍ରମଣ ମୁକ୍ତ ଶିକ୍ଷାଦାନ ଲାଗି ବଡ ଦାୟିତ୍ୱ ଦେଇଛନ୍ତି ସରକାର, ଯାହାକୁକି ମନିଟରିଂ ମଧ୍ୟ କରାଯିବ।

Advertisment

ରିପୋର୍ଟ: ଇନ୍ଦ୍ରଜିତ ପଣ୍ଡା ଓ ଜଗଦୀଶ ଦାସ

SOP School In Odisha CovidFree Class
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ