Advertisment

ଅଫଲାଇନ୍‌ରେ ହେବ ଏକଜାମ୍‌: ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ କରୋନା ସଂକ୍ରମଣ ହେବ ଚାଲେଞ୍ଜ୍‌

ଚଳିତ ବର୍ଷ ମାଟ୍ରିକ୍‌ରେ ୫ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ଅଦ୍ୟତନ ହୋଇଛି
Offline Exam

Offline Exam

Advertisment

ଦୁଇ ବର୍ଷ ପରେ ପାରମ୍ପରିକ ଢଙ୍ଗରେ ହେବ ମାଟ୍ରିକ୍ ଓ ଦ୍ୱାଦଶ ପରୀକ୍ଷା। କରୋନା ମହାମାରୀ କୋପ କମିବା ପରେ ଅଫଲାଇନ୍‌ ଏକଜାମ୍। ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷା ଲାଗି ତତ୍ପର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ନୋଡାଲ୍ ସେଣ୍ଟରରେ ପହଞ୍ଚିିବାରେ ଲାଗିଛି ପ୍ରଶ୍ନପତ୍ର। ଉପାନ୍ତ ଓ ମାଓପ୍ରବଣ ଜିଲ୍ଲାରେ ସୁରକ୍ଷା ଦୃଷ୍ଟିରୁ ଥାନାରେ ରଖାଯାଉଛି ପ୍ରଶ୍ନପତ୍ର। ଏଥିସହିତ କପି ରୋକିବା ଲାଗି ଗଠନ ହୋଇଛି ସ୍କ୍ୱାଡ। କିପରି ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା ହେବ ସେନେଇ ଗତ ଶୁକ୍ରବାର ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଓ ଏସପିମାନଙ୍କ ସହ ବୈଠକ କରିଥିଲେ। ପ୍ରଶ୍ନପତ୍ର ଭାଇରାଲ୍ ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ। ତେଣେ ଦୁଇବର୍ଷ ପରେ ସ୍ୱାଭାବିକ ଭାବେ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢିଛି ଉତ୍କଣ୍ଠା।

Advertisment

ଚଳିତ ବର୍ଷ ମାଟ୍ରିକ୍‌ରେ ୫ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିଲାଗି ୩ ହଜାର ୫୪୦ଟି ପରୀକ୍ଷା କେନ୍ଦ୍ର ଓ ୩୧୫ଟି ନୋଡ଼ାଲ୍ ସେଣ୍ଟର ହୋଇଛି। ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ୩ ଲକ୍ଷ ୨୧ ହଜାର ୫୦୮  ଛାତ୍ରଛାତ୍ରୀ। ଏଥିଲାଗି ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ ଟି ନୋଡ଼ାଲ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ନୋଡାଲ ସେଣ୍ଟର ଓ ଦ୍ୱାଦଶର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।

ତେବେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ କରୋନା ସଂକ୍ରମଣ ପୁଣି ବଢୁଥିବାରୁ ପରୀକ୍ଷା ପରିଚାଳନା ଚାଲେଞ୍ଜ ହେବାକୁ ଯାଉଛି। ସେପଟେ ଉପାନ୍ତ ଓ ମାଓ ଅଞ୍ଚଳରେ ପ୍ରଶ୍ନପତ୍ର ସୁରକ୍ଷା ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ଚିନ୍ତା ବଢାଇଛି। ତେବେ ଏଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଗଣଶିକ୍ଷା ବିଭାଗ କହିଛି। ଅନ୍ୟପକ୍ଷରେ ଅଫଲାଇନ ପରୀକ୍ଷା ଦ୍ୱାରା ପିଲାଙ୍କୁ ଦକ୍ଷତା ପ୍ରଦର୍ଶନ ଲାଗି ସୁଯୋଗ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏପ୍ରିଲ୍ ୨୮ରୁ ମେ ୩୧ ଯାଏ ଦ୍ୱାଦଶ ଓ ଏପ୍ରିଲ୍ ୨୯ରୁ ମେ ୭ ଯାଏ ଚାଲିବ ମାଟ୍ରିକ୍ ପରୀକ୍ଷା।

Advertisment

ରିପୋର୍ଟ: ଅଜିତ ଦାସ, ରଶ୍ମିରଞ୍ଜନ ଦାସ, ଜିତେନ୍ଦ୍ର ବେଉରା ଓ ଜଗଦୀଶ ଦାସ

Odisha Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ