Admission Deadline Extended
ବଢିଲା ଯୁକ୍ତ ୩ ନାମଲେଖା ଆବେଦନ ଅବଧି । ଜୁନ ୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିବା ଲାଗି ଆଜି ଶେଷ ତାରିଖ ଥିଲା । ଯୁକ୍ତ ଦୁଇ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ ଯୁକ୍ତ ୩ ପାଇଁ ଆବେଦନ କରି ପାରିନାହାନ୍ତି। ଏଣୁ ଅନେକ ଅଭିଯୋଗ ମଧ୍ୟ ଆସୁଥିଲା । ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଶେଷରେ ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା ।
ଯୁକ୍ତ ୨ ରେଜଲ୍ଟ ବାହାରିନଥିବାରୁ ଜୁନ ୧ ଯାଏଁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି । ସେପଟେ ୨ ଦିନ ଭିତରେ ଯୁକ୍ତ ୨ ଫଳାଫଳ ଆସିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us