• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠୁ ଆରମ୍ଭ ହୋଇଛି ପ୍ଲସ୍ ଟୁ ପରୀକ୍ଷା । ମହାମାରୀ କରୋନା ପାଇଁ ଦୁଇ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ଦିନରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ଓଡ଼ିଆ ବିଷୟରେ ପରୀକ୍ଷା ଦେଇଛନ୍ତି । କଡା ସୁରକ୍ଷା ମଧ୍ୟରେ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ବେଳେ ପ୍ରଚଣ୍ଡ ଖରା ପାଇଁ ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା ।

ହାତରେ ଆଡମିଟ୍ କାର୍ଡ, ମୁହଁରେ ମାସ୍କ ପିନ୍ଧି ପରୀକ୍ଷା କେନ୍ଦ୍ର ବାହାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଧାଡି ଲାଗିଥିବାର ଦେଖିବାକୁ ମିଳିଥିଲା । ମହାମାରୀ କରୋନାର ଦାଉ କମିବା ପରେ ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାଚ୍ରଛାତ୍ରୀ । ପ୍ରଥମ ବୋର୍ଡ ଏଗଜାମ୍ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । କଡା ସୁରକ୍ଷା ମଧ୍ୟରେ ପିଲାଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା ହଲକୁ ଛଡାଯାଇଥିଲା । ସକାଳ ୯ ରୁ ଦିନ ୧୨ଟା ଯାଏଁ ପରୀକ୍ଷା ହୋଇଥିଲା । ପ୍ରଥମ ଦିନରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ଓଡ଼ିଆ ବିଷୟରେ ପରୀକ୍ଷା ଦେଇଛନ୍ତି ।

କରୋନା କଟକଣା ପାଇଁ ୨ ବର୍ଷ ହେଲା ବନ୍ଦ ରହିଥିଲା ଅଫଲାଇନ୍ ପରୀକ୍ଷା । ପିଲାମାନେ ଅନଲାଇନରେ ପାଠ ପଢିଥିଲେ । ଗତ ଡିସେମ୍ବରରୁ ଆରମ୍ଭ ହୋଇଥିଲା ଫିଜିକାଲ୍ କ୍ଲାସ୍ । ଏବେ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ଅଫଲାଇନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତାକାଲିଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯଆଉଛି । ୩ ହଜାର ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କପି ରୋକିବାକୁ ରହିବେ ୬୫ଟି ଫ୍ଲାଇଂ ସ୍କ୍ୱାର୍ଡ । ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ଏଥର ଦ୍ୱିତୀୟ ସିଟିଂରେ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ଓ ନିରବଛିନ୍ନ ବିଦ୍ୟୁତ ସେବା ସହ କୋଭିଡ ନିୟମ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏପ୍ରିଲ ୩୦ ତାରିଖ ପରେ ସ୍କୁଲ ଖୋଲିବ କି ନାହିଁ ତାହା ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।