Advertisment

ସେକେଣ୍ଡ ସିଟିଂରେ ହେବନି ମାଟ୍ରିକ ପରୀକ୍ଷା

ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଅଦ୍ୟତନ ହୋଇଛି
Matric  Exam

Matric Exam

Advertisment

ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା।  ଏଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତି ନୋଡାଲ ସେଣ୍ଟର ଗୁଡିକରେ ୨୪ ଘଣ୍ଟିଆ ପହରା ଦିଆଯିବ। କପି ରୋକିବାକୁ ୬୫ଟି  ଫ୍ଲାଇଂ ସ୍କ୍ୱାଡ୍ ରହିବେ। ଏଥିସହ ପ୍ରତି ଜିଲ୍ଲାକୁ ଗୋଟିଏ ଲେଖାଏଁ ସ୍ପେସିଆଲ ସ୍ବାର୍ଡ ପଠାଯିବ। ୩୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫,୭୧,୯୦୯ ପିଲା ପରୀକ୍ଷା ଦେବେ। ୩୧୫ ନୋଡାଲ ସେଣ୍ଟର ତଥା ୨୧ଟି ଥାନାରେ ପ୍ରଶ୍ନପତ୍ର ରଖାଯିବା ନେଇ ବ୍ୟବସ୍ଥା କରାଯିବ।

Advertisment

ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସେକେଣ୍ଡ ସିଟିଂରେ ହେବାକୁ ଥିବା ମଧ୍ୟମା, ଓପନ ସ୍କୁଲ ପ୍ରଥମ ସିଟିଂରେ ହେବ। ମେ ୨ ଓ ୪ରେ ହେବାକୁ ଥିବା ମଧ୍ୟମା ପରୀକ୍ଷା ୯ ଓ ୧୦କୁ ଘୁଞ୍ଚାଯାଇଛି। ସେମିତି ଓପନ ସ୍କୁଲର ୩ଟି ପରୀକ୍ଷା ୮, ୯ ଓ ୧୦ରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇନି। ଏନେଇ ବୋର୍ଡର ପ୍ରସ୍ତୁତି ସଂପର୍କରେ BSE ସୂଚନା ଦେଇଛି। 

BSE Matric Exam 10th Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ