Advertisment

ଏଇ ଗୁରୁବାର ସକାଳ ୧୦ଟା ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ

୧୨ ଟାରୁ ୱେବସାଇଟରେ ଉପଲବ୍ଧ, ଏସଏମଏସରେ ଜାଣି ହେବ । ୧୦ମ ଶ୍ରେଣୀ ରେଜଲ୍ଟ ଅପେକ୍ଷାରେ ୫ ଲକ୍ଷ ୪୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ।

ଅଦ୍ୟତନ ହୋଇଛି
undefined

Matric Result

Advertisment

CBSE ଓ ICSE ପରେ ପ୍ରକାଶ ପାଇବ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ। ଆସନ୍ତା ୧୮ ତାରିଖ ଅର୍ଥାତ ଗୁରୁବାର ସକାଳ ୧୦ଟା ସମୟରେ କଟକ ସ୍ଥିତ ବୋର୍ଡ ଅଫିସ୍‌ରେ ପ୍ରକାଶ ପାଇବ ରେଜଲଟ। ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.inରେ ପରୀକ୍ଷା ଫଳ ଜାଣିପାରିବେ।

Advertisment

ସେହିପରି SMS ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିବାର ବ୍ୟବସ୍ଥା କରାଯାଇଛି। OR10 ଲେଖି ସ୍ପେଶ ଦେବାପରେ ନିଜ ରୋଲ୍ ନମ୍ବରକୁ ଟାଇପ କରି 5676750 ନମ୍ବରକୁ ପଠାଇ ଫଳ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ । ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା ୦୬୭୧-୨୪୧୫୪୬୦ । 

ସମେଟିଭ୍-2 ପରୀକ୍ଷା ବେଳେ ସାମାଜିକ ବିଜ୍ଞାନ ପ୍ରଶ୍ନ ପତ୍ରରେ B ସେଟରେ A ସେଟର ପ୍ରଶ୍ନ ତ୍ରୁଟିକୁ ପୂର୍ବରୁ ବୋର୍ଡ ସ୍ୱୀକାର କରିଥିବା ବେଳେ ଏଥିରେ ବିଭିନ୍ନ ପରୀକ୍ଷା କେନ୍ଦ୍ରର ପ୍ରାୟ ତିନି ହଜାର ପିଲାଙ୍କ ସମସ୍ୟା ହୋଇଥିଲା। ସେମାନଙ୍କ ବାବଦରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ମାର୍କ ଦିଆଯାଇଛି ବୋଲି ବୋର୍ଡ ଉପସଭାପତି କହିଛନ୍ତି। ଅନ୍ୟପଟେ ପରୀକ୍ଷା ଫଳକୁ ନେଇ ଆଶା ଆଶଙ୍କା ଅଛନ୍ତି ଛାତ୍ରଛାତ୍ରୀ। ତ୍ରୁଟିଶୂନ୍ୟ ମୂଲ୍ୟାଙ୍କନ ହୋଇଥିବା ନେଇ ସେମାନେ ଆଶା ରଖିଛନ୍ତି । ଶିକ୍ଷାବିତ ମଧ୍ୟ ପରୀକ୍ଷାର୍ଥୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି।

Advertisment

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରଥମ ବଡ଼ ସୋପାନ କୁହାଯାଉଥିବା ଏହି ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ଯାଏଁ ଚାଲିଥିଲା। ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଖାତା ଦେଖାରେ ନିୟୋଜିତ ହୋଇଥିଲେ। ତେବେ ରେଜଲ୍ଟକୁ ନେଇ ସବୁବେଳେ ବାଦ ବିବାଦରେ ରହୁଥିବା ବୋର୍ଡ, ଚଳିତ ବର୍ଷ ତ୍ରୁଟିଶୂନ୍ୟ ଫଳ ପ୍ରକାଶ କରିପାରୁଛି ନା ନାହିଁ, ତାହା ଉପରେ ସମସ୍ତଙ୍କ ନଜର।

Advertisment

Matric Exam Matric Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ