Advertisment

NIRF ରାଙ୍କିଂ ! ଟପ୍‌-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ

୩୪ତମ ସ୍ଥାନରେ ୫୭.୦୪% ସ୍କୋର୍ ସହ NIT ରାଉରକେଲା ରହିଛି।

ଅଦ୍ୟତନ ହୋଇଛି
NIRF Ranking

NIRF Ranking

Advertisment

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ । ଓଭରଅଲ ରାଙ୍କିଂର ଟପ୍ -୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି। ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ଆଗରେ ରହିଛି ‘ସୋଆ’। ୬୦.୭୩% ସ୍କୋର୍ ସହ ‘ସୋଆ’ ଜାତୀୟ ରାଙ୍କିଂର ୨୪ତମ ସ୍ଥାନରେ ରହିଛି। ଏହା ପଛରେ କିଟ୍ ୫୯.୯୪% ସ୍କୋର୍ ସହ ୨୮ତମ ସ୍ଥାନରେ ଅଛି। ୩୪ତମ ସ୍ଥାନରେ ୫୭.୦୪% ସ୍କୋର୍ ସହ NIT ରାଉରକେଲା ରହିଛି।

Advertisment

ଟପ୍-୧୦୦ ବିଶ୍ୱବିଦ୍ୟାଳୟ ମାନ୍ୟତାର ୧୪ରେ ସୋଆ, ୧୫ରେ କିଟ୍ ରହିଛି। ଇଞ୍ଜିନିୟରିଂ ମାନ୍ୟତାର ୧୯ତମ ସ୍ଥାନରେ NIT ରାଉରକେଲା ଏବଂ ୨୬ତମ ସ୍ଥାନରେ ସୋଆ ରହିଛି। ଏହି ତାଲିକାରେ କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମର ଟପ ୧୦ ଶିକ୍ଷାନୁଷ୍ଠାନ ଭିତରେ ଆଇଆଇଟି ବାରାଣସୀ ସ୍ଥାନ ପାଇଛି। ଏହି ଶିକ୍ଷାନୁଷ୍ଠାନ ଇଞ୍ଜିନିୟରିଂ ବର୍ଗ ରାଙ୍କିଙ୍ଗର ୧୦ ନମ୍ବର ସ୍ଥାନରେ ଅଛି।

Advertisment

ଏନଆଇଆରଏଫ ଜାରି କରିଥିବା ରାଙ୍କିଙ୍ଗର ୯ମ ସଂସ୍କରଣରେ ୩ଟି ନୂଆ ବର୍ଗ – ମୁକ୍ତ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିଶ୍ୱବିଦ୍ୟାଳୟ ଓ ସରକାରୀ ଅନୁଦାନ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି। AICTE ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ ଘୋଷଣା କରିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ ଆସନ୍ତାବର୍ଷ ଠାରୁ ପରିପୋଷଣିୟତା ରାଙ୍କିଙ୍ଗ ମଧ୍ୟ ଜାରି କରିବ।

ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗର ୩ୟ ସ୍ଥାନରେ କ୍ରମାଗତ ତୃତୀୟ ଥର ପାଇଁ ଜାମିଆ ମିଲିଆ ଇସଲାମିଆ ରହିଛି। ଜାମିଆ ହାମଦର ଫାର୍ମାସୀ ପାଇଁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି। ବିଶ୍ୱବିଦ୍ୟାଳୟ ବର୍ଗରେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ୧ନଂରେ ଥିବା ବେଳେ ଜେଏନୟୁ ୨ନଂରେ ରହିଛି।

Advertisment

ଆଇଆଇଏ ଅହମଦାବାଦ ଦେଶର ଶ୍ରେଷ୍ଠ ବିଜନେସ ସ୍କୁଲ ମାନ୍ୟତା ପାଇଥିବା ବେଳେ ମ୍ୟାନଜେମେଣ୍ଟ କୋର୍ସର ଟପ୍‌ ୧୦ରେ ଦୁଇଟି ଆଇଆଇଟି (ଦିଲ୍ଲୀ ଓ ବମ୍ବେ) ରହିଛନ୍ତି।

ଦିଲ୍ଲୀ ଏମ୍ସ ଦେଶର ଶ୍ରେଷ୍ଠ ମେଡିକାଲ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଆଇଆଇଟି ଋକୀ ଆର୍କିଟେକର ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ଦେଶର ଶ୍ରେଷ୍ଠ କଲେଜ ମାନ୍ୟତା ଦିଲ୍ଲୀରେ ଥିବା ହିନ୍ଦୁ କଲେଜ ପାଇଛି।

Student NIRF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: