Advertisment

ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ: ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍‌, ଜାଣନ୍ତୁ କେଉଁଠି ଏହା ଲାଗୁ ହୋଇଛି...

ନିକଟରେ JNU କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍‌ ପଡ଼ିପାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
New Rules For JNU Students: Rs 20,000 Fine For Dharna

New Rules For JNU Students: Rs 20,000 fine for dharna

ଆପଣ ଯଦି ଜବାହର ଲାଲ୍‌ ନେହେରୁ ୟୁନିଭର୍ସିଟି(JNU)ର ଛାତ୍ର କିମ୍ବା ଏହି ବିଶ୍ୱବିଦ୍ୟାଳୟ ସମ୍ପର୍କରେ କିଛି ତଥ୍ୟ ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ନିକଟରେ JNU କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, ଏଣିକି ଛାତ୍ରଛାତ୍ରୀମାନେ ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍‌ ପଡ଼ିପାରେ। ଯଦି କ୍ୟାମ୍ପସ ପରିସରରେ କୌଣସି ଛାତ୍ରଛାତ୍ରୀ ହିଂସା ସୃଷ୍ଟି କରୁଛନ୍ତି, ତା’ହେଲେ ସମ୍ପୃକ୍ତ ଛାତ୍ର/ଛାତ୍ରୀଙ୍କ ଆଡମିଶନ ବାତିଲ୍‌ ହୋଇପାରେ କିମ୍ବା ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଦେବାକୁ ପଡ଼ିପାରେ।

Advertisment

ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହୋଇଥିବା ୧୦ ପୃଷ୍ଠା ସମ୍ବଳିତ ‘ରୁଲ୍ସ ଅଫ୍‌ ଡିସିପ୍ଲିନ୍‌ ଆଣ୍ଡ୍‌ ପ୍ରପର୍‌ କଣ୍ଡକ୍ଟ ଅଫ୍‌ ଷ୍ଟୁଡେଣ୍ଟସ୍‌ ଅଫ୍‌ ଜେଏନ୍‌ୟୁ’ରେ ବିଭିନ୍ନ ପ୍ରକାରର ଦଣ୍ଡ ବିଧାନ ରହିଛି। ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରନ୍ତି ତା’ହେଲେ ଏ ସମ୍ବନ୍ଧିତ ଯାଞ୍ଚ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଡକ୍ୟୁମେଣ୍ଟ ଅନୁସାରେ, ଫେବୃଆରୀ ୩ରୁ ଏ ସମସ୍ତ ନିୟମ ଲାଗୁ ହେବ। । ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ବିବାଦକୁ ନେଇ ଜେଏନ୍‌ୟୁରେ ହିଂସାକାଣ୍ଡ ପରେ ଏଭଳି କଡ଼ା ନିୟମ ଅଣା ଯାଇଥିବା ଜଣାପଡ଼ିଛି। 

ନୂଆ ନିୟମ ସମ୍ବନ୍ଧିତ ଡକ୍ୟୁମେଣ୍ଟସ୍‌ରେ କୁହାଯାଇଛି ଯେ, ଏହାକୁ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରୀ ପ୍ରଦାନ କରିଛି। ଏହି ପରିଷଦ ହେଉଛି ଜେଏନ୍‌ୟୁର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା। ପିଟିଆଇକୁ ସୂଚନା ଦେଇ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ କହିଛନ୍ତି ଯେ, ଏହି ମାମଲା ଅତିରିକ୍ତ ଏଜେଣ୍ଡା ଭାବେ ଉପସ୍ଥାପିତ ହୋଇ ଥିବାବେଳେ ଏବଂ ଏଥିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଏହି ଡକ୍ୟୁମେଣ୍ଟ “କୋର୍ଟ ମାମଲା” ପାଇଁ ପ୍ରସ୍ତୁତ କରାଯାଇଛି।

Advertisment
JNU
Advertisment
Advertisment