Advertisment

NEET-PG ପାଇଁ ନୂଆ ତାରିଖ ଘୋଷଣା; ଦୁଇଟି ସିଫ୍ଟରେ ହେବ ପରୀକ୍ଷା

ପୂର୍ବରୁ ଗତ ଜୁନ ୨୩ରେ ନିଟ୍ ପିଜି ହେବାର ଥିଲା । ହେଲେ ପରୀକ୍ଷାରେ ଅନିୟମିତତା ଆଶଙ୍କା କରି ଦିନକ ପୂର୍ବରୁ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। NEET-UG ଏବଂ UGC-NETରେ ଅନିୟମିତତା ଅଭିଯୋଗ ପରେ ସରକାର ଏଭଳି ଏକ ବଡ ପଦକ୍ଷେପ ଗ୍ରହଣ କରିଥିଲେ।

ଅଦ୍ୟତନ ହୋଇଛି
NEET PG 2024 to be held on August 11

NEET-PG

Advertisment

ଘୋଷଣା ହେଲା NEET-PG  ପରୀକ୍ଷା ପାଇଁ ନୂଆ ତାରିଖ। ଆସନ୍ତା ଅଗଷ୍ଟ ୧୧ ତାରିଖରେ ହେବ NEET-PG । ଏନେଇ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ସ ଇନ ମେଡିକାଲ ସାଇନ୍ସ ବା NBEMS ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନିଟ୍ ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ନିଟ ପରୀକ୍ଷା ଲାଗି ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସୀମାର କଟ୍ ଅଫ୍ ଡେଟ୍ ରହିଛି ଅଗଷ୍ଟ ୧୫ ତାରିଖ।

Advertisment

ପୂର୍ବରୁ ଗତ ଜୁନ ୨୩ରେ ନିଟ୍ ପିଜି ହେବାର ଥିଲା । ହେଲେ ପରୀକ୍ଷାରେ ଅନିୟମିତତା ଆଶଙ୍କା କରି ଦିନକ ପୂର୍ବରୁ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। NEET-UG ଏବଂ UGC-NETରେ ଅନିୟମିତତା ଅଭିଯୋଗ ପରେ ସରକାର ଏଭଳି ଏକ ବଡ ପଦକ୍ଷେପ ଗ୍ରହଣ କରିଥିଲେ। ଗତ କିଛି ଦିନ ମଧ୍ୟରେ ହୋଇଥିବା ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିଲେ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ NEET-PG ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା।

ଅଧିକ ପଢ଼ନ୍ତୁ: ଲିକ୍ ରୋକିବାକୁ ନୂଆ ପଦକ୍ଷେପ, ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ!

Advertisment

ଅନ୍ୟପଟେ ନିଟ୍(NEET) ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ମହାନିର୍ଦ୍ଦେଶକ (DG) ସୁବୋଧ କୁମାରଙ୍କୁ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏସ ପ୍ରଦୀପ ସିଂହ ଖରୋଲାଙ୍କୁ ଏହି ଅତିରିକ୍ତ NTA DG ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଦୀପ ସିଂହ ଖରୋଲା କର୍ଣ୍ଣାଟକ କ୍ୟାଡରର ଆଇଏଏସ । ନିକଟରେ ହୋଇଥିହା NEET ଓ UGC-NET ପରୀକ୍ଷାରେ ଅନିୟମିତତା ମାମଲାକୁ ନେଇ ଏନଟିଏକୁ ବିରୋଧର ସାମ୍ନା କରିବାକୁ ପଡିଥିଲା ।

ତେବେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ISROର ପୂର୍ବତନ ଅଧ୍ୟକ୍ଷ ଡା କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି ୭ଜଣିଆ କମିଟି ଗଠିତ ହୋଇଛି। ଏହି କମିଟି ଆସନ୍ତା ଦୁଇ ମାସରେ ମନ୍ତ୍ରଣାଳୟରୁ ରିପୋର୍ଟ ପ୍ରଦାନ କରିବ। ପେପର ଲିକ୍‌ ମାମଲାରେ ସାରା ଦେଶରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିରୋଧାଭାଷ ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିରୋଧି ଦଳ ମଧ୍ୟ ଏହି ମାମଲାରେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ସେପଟେ ନିଟ୍ ପେପର ଲିକ୍ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ବିହାରରେ NEET-UG ପେପର୍ ଲିକ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ପାଟନାରୁ ମନୀଷ ପ୍ରକାଶ ଏବଂ ଆଶୁତୋଷ । ଏହି ଅଭିଯୁକ୍ତ ଦ୍ୱୟ ପାଟନାରେ ଥିବା ଏକ ହଷ୍ଟେଲରେ ପ୍ରଶ୍ନପତ୍ର ଲିକ୍ କରିଥିବା ଜଣା ପଡ଼ିଛି ।ନିଟ୍ ପରୀକ୍ଷାର ଦିନକ ପୂର୍ବରୁ ସେମାନେ ଉକ୍ତ ହଷ୍ଟେଲ୍‌ରେ ପ୍ରଶ୍ନପତ୍ର ସହ ଉତ୍ତର ଖାତା ମଧ୍ୟ ଦେଇଥିବାର ଜଣାପଡ଼ିଛି । ତେବେ ସେହି ସ୍କୁଲଟି ଗୋଟିଏ ରାତି ପାଇଁ ବୁକ୍ ହୋଇଥିବା ଜଣାପଡ଼ିଛି ।

ଏହା ସହ ପ୍ରଶ୍ନପତ୍ର ଲିକ୍ ହେବା ପରେ ଧରା ପଡ଼ିଯିବା ଭୟରେ ଏହାକୁ ପୋଡ଼ି ଦିଆଯାଇଥିବା ଜଣା ପଡ଼ିଛି । ସିବିଆଇ ଅଧିକାରୀମାନେ ଅଭିଯୁକ୍ତ ଦ୍ୱୟଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲେ । NEET ପେପର୍ ଲିକ୍ ସହ ଜଡିତ ୬ଟି ମାମଲାର ତଦନ୍ତ କରୁଛି ସିବିଆଇ । ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ବିହାର, ମହାରାଷ୍ଟ୍ର ଓ ଗୁଜୁରାଟରୁ ଥିବା ବେଳେ ଆଉ ତିନୋଟି ରାଜସ୍ଥାନର । ଚଳିତ ବର୍ଷର ପରୀକ୍ଷା ୫ ମେ’ରେ ୫୭୧ ଟି ସହରର ୪,୭୫୦ କେନ୍ଦ୍ରରେ କରାଯାଇଥିଲା । ପ୍ରାୟ ୨୩ଲକ୍ଷରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ ।

NEET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ