Advertisment

ପ୍ରକାଶ ପାଇଲା NEET-୨୦୨୩ ପରୀକ୍ଷା ଫଳ

ଟପ୍ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପସା ଚୌଧୁରୀ ଅଛନ୍ତି।

ଅଦ୍ୟତନ ହୋଇଛି
Neet 2023 exam result published

Neet 2023 exam result published

Advertisment

ପ୍ରକାଶ ପାଇଲା NEET-୨୦୨୩ ପରୀକ୍ଷା ଫଳ। ଓଡ଼ିଶାର ୨୮୩୩୦ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ ୫୦ ତାଲିକାରେ ଅଛନ୍ତି ଓଡ଼ିଶାର ୨ ଜଣ।
ଅଷ୍ଟମ ରାଙ୍କରେ ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଅଛନ୍ତି। ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି। ଏବର୍ଷ NEET ପରୀକ୍ଷାରେ ଯୁଗ୍ମ ଟପ୍ପର ହୋଇଛନ୍ତି। ତାମିଲନାଡୁର ଜେ. ପ୍ରଭଞ୍ଜନ, ଆନ୍ଧ୍ରର ବୋରାବରୁଣ ଚକ୍ରବର୍ତ୍ତୀ ଯୁଗ୍ମ ଟପ୍ପର ହୋଇଛନ୍ତି। ଉଭୟେ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି। 

Advertisment

ଟପ୍ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପସା ଚୌଧୁରୀ ଅଛନ୍ତି। ଅଭିପସା ଚୌଧୁରୀଙ୍କ ସର୍ବଭାରତୀୟ ରାଙ୍କ ୬୩ ରହିଛି। ଟପ୍ ୫୦ ତାଲିକାରେ
ସ୍ଥାନ ପାଇଛନ୍ତି ଓଡ଼ିଶାର ୨ ଜଣ ଛାତ୍ର ସ୍ୱୟଂଶକ୍ତି ତ୍ରିପାଠୀ ଓ ସୂର୍ଯ୍ୟପ୍ରତାପ ମିଶ୍ର। ୯୯.୯ ପ୍ରତିଶତ ମାର୍କ ରଖି ଅଷ୍ଟମ ରାଙ୍କରେ ଅଛନ୍ତି ସ୍ୱୟଂଶକ୍ତି
ତ୍ରିପାଠୀ ଏବଂ ୩୫ତମ ରାଙ୍କରେ ଅଛନ୍ତି ସୂର୍ଯ୍ୟପ୍ରତାପ ମିଶ୍ର। 

MBBS ଓ BDS ନାମଲେଖା ପାଇଁ ହୋଇଥିଲା NEET। 

Advertisment

ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ ଏହି ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ। ଓଡ଼ିଶାର ୨୭ଟି ସହରରେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା। ଭୁବନେଶ୍ୱରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ଓଡ଼ିଶାର ୩୮,୪୯୪ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା। ସେହିପରି ଦେଶର ୪୯୯ ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

NEET Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ