• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ । ସାରା ଦେଶରୁ ୧୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କେବଳ ଓଡିଶାରୁ ୧ଲକ୍ଷ ୩୦ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି- ଏନ.ଟି.ଏ ପରିଚାଳିତ ନିଟ୍ ପାଇଁ ସାରା ଦେଶର ୪୯୭ଟି ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଛି।

ସେହିପରି ଓଡ଼ିଶାର ୨୪ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଥିବାବେଳେ ଭୁବନେଶ୍ୱରରେ ୧୮ ଟି କେନ୍ଦ୍ର ହୋଇଛି । କେବଳ ଭୁବନେଶ୍ୱରରେ ୧୨,୫୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଦିନ ୨ଟା ରୁ ୫ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ହେବ ।

ଚଳିତବର୍ଷ ପରୀକ୍ଷା ସମୟ ୨୦ମିନିଟ ବୃଦ୍ଧି କରାଯାଇଛି । କୋଭିଡ କଟକଣା ମାନି ପରୀକ୍ଷା ଆୟୋଜନ କରାଯାଇଥିବାବେଳେ ଦିନ ୧୧ଟା ରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ଆରମ୍ଭ ହେବ । ପରୀକ୍ଷାକେନ୍ଦ୍ର ଭିତରକୁ ମାସ୍କ ବାଧ୍ୟତାମୂଳକ ସହ ଛାତ୍ରଛାତ୍ରୀ କେବଳ ଆଇ କାର୍ଡ଼ ଓ ଆଧାରକାର୍ଡ ନେଇ ଯାଇପାରିବେ ।