Advertisment

ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ

ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ। ବେଶି ଚାପରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀ। NCERT ସର୍ଭେ ରିପୋର୍ଟର ତଥ୍ୟକୁ ନେଇ ଚିନ୍ତା। ସ୍କୁଲ୍‌ରେ କାଉନ୍ସେଲିଂ ଡେସ୍କ ପ୍ରତିଷ୍ଠା ଦାବି।

author-image
Pramod Behera
NCERT mental health survey

NCERT report for examination

ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ରେଜଲ୍ଟ କ’ଣ ହେବ ସେଇ ଉତ୍କଣ୍ଠାରେ ମାନସିକ ଭାରସାମ୍ୟ ହରାଉଛନ୍ତି ଅନେକ ଛାତ୍ରଛାତ୍ରୀ। ପିଲାଙ୍କଠାରୁ ବାପା-ମାଆଙ୍କର ମାତ୍ରାଧିକ ଆଶା ସେମାନଙ୍କୁ ବିଷାଦ ମଧ୍ୟକୁ ଠେଲି ଦେଉଛି । ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଓ ଟ୍ରେନିଂ ବା ଏନ୍‌ସିଆର୍‌ଟି କରିଥିବା ସର୍ଭେରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।

Advertisment

ଷଷ୍ଠରୁ ଅଷ୍ଟମ ଓ ନବମରୁ ଦ୍ୱାଦଶ ଯାଏଁ ଦୁଇଟି ବର୍ଗରେ ଏହି ସର୍ଭେ କରାଯାଇଥିଲା। ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀ ପରୀକ୍ଷା ଓ ରେଜଲ୍ଟକୁ ନେଇ ଅଧିକ ଚାପଗ୍ରସ୍ତ ରହୁଥିବା ଜଣାପଡିଛି। ବିଶେଷ କରି କ୍ୟାରିୟରର ଦୁଇ ଗୁରୁତ୍ୱପୂର୍ଣ୍ଣ ସୋପାନ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଉଥିବା ପିଲା ଅଧିକ ଉତ୍କଣ୍ଠାରେ ରହୁଛନ୍ତି। ପରିବାରର ଆଶା ଏମାନଙ୍କୁ ଭୟଭିତ କରିପକାଉଛି। ତେବେ ଷଷ୍ଠରୁ ଅଷ୍ଟମ ଯାଏ ପିଲା ଅପେକ୍ଷାକୃତ କମ୍ ଚାପରେ ରହୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପଟେ କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଅଫ୍‌ଲାଇନ୍ କ୍ଲାସ୍‌ ସତ୍ତ୍ୱେ ପିଲା ମାନସିକ ଚାପରୁ ମୁକ୍ତ ହୋଇନାହାନ୍ତି। କିଛି କ୍ଷେତ୍ରରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କଠାରୁ ଉପଯୁକ୍ତ ସହଯୋଗ ନ ମିଳିବା ବି ପିଲାଙ୍କୁ ଅବସାଦଗ୍ରସ୍ତ କରୁଛି।

ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଦୂର କରିବାରେ ବଡ ଭୂମିକା ହେଉଛି ଶିକ୍ଷକ-ଶିକ୍ଷୟିତ୍ରୀ ଅଭିଭାବକଙ୍କର। ତେବେ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଅପେକ୍ଷା ବାପା-ମାଆଙ୍କ ଭିତରେ ଅଧିକ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଭଲ ନମ୍ବର ରଖିଥିଲେ ମଧ୍ୟ ବାପା-ମାଆ ଅଧିକ ନମ୍ବର ରଖିଥିବା ପିଲା ସହ ନିଜ ପିଲାର ପ୍ରଦର୍ଶନକୁ ତୁଳନା କରିବାକୁ ପଛାଉ ନାହାନ୍ତି। ଏହା ଛାତ୍ରଛାତ୍ରୀଙ୍କ ଲାଗି ଘାତକ ହେଉଥିବା କହଛନ୍ତି ମନସ୍ତତ୍ୱବିତ୍। ପିଲାଙ୍କୁ ଚାପମୁକ୍ତ ରଖିବା ଲାଗି ସବୁ ସ୍କୁଲ୍‌ରେ କାଉନ୍‌ସେଲିଂ ଡେସ୍କ ଖୋଲିବାକୁ ଦାବି କରିଛି ଅଭିଭାବକ ସଂଘ।

Advertisment

୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ତିନି ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଗତ ଜାନୁଆରୀରୁ ମାର୍ଚ୍ଚ ୨୦୨୨ ଭିତରେ ଏହି ସର୍ଭେ କରିଥିଲା ଏନ୍‌ସିଆର୍‌ଟି।

(ରିପୋର୍ଟ : ଭୁବନେଶ୍ୱରରୁ ଜଗଦୀଶ ଦାସ)

NCERT Survey 10th Exams
Advertisment
Advertisment