Advertisment

ବୋର୍ଡ ପରୀକ୍ଷାରେ ଆସିପାରେ ସଂସ୍କାର; ନବମରୁ ଦ୍ୱାଦଶ ଯାଏଁ ସେମିଷ୍ଟର କରିବାକୁ ଡ୍ରାଫ୍ଟ ପଲିସି

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ ।

ଅଦ୍ୟତନ ହୋଇଛି
undefined

NCERT Exam Pattern

Advertisment

ବୋର୍ଡ ପରୀକ୍ଷାରେ ଆସିପାରେ ସଂସ୍କାର । ମାଟ୍ରିକ କି ପ୍ଲସ ଟୁ ବୋର୍ଡ ବଦଳରେ ନବମରୁ ଯୁକ୍ତ ଦୁଇ ଯାଏ ସେମିଷ୍ଟର ପରୀକ୍ଷା କରିବାକୁ ଯୋଜନା । ନାସନାଲ୍ ଏଜୁକେଶନ କରିକୁଲମ୍ ଫ୍ରେମ୍ ୱର୍କ୍ ପକ୍ଷରୁ ଏନେଇ ଡ୍ରାଫ୍ଟ ପଲିସି କରାଯାଇଛି । ତେବେ ବିଭିନ୍ନ ବର୍ଗରୁ ମତା ମତ ଆସିବା ପରେ NCERT ଚୂଡାନ୍ତ ନିଷ୍ପତ୍ତି ନେବ ।

Advertisment

ପିଲାଙ୍କ ଉପରୁ ହଟିବ ଚାପ। ପରୀକ୍ଷା ହେବ ସରଳ। ସେମିଷ୍ଟର ଆକାରରେ ପିଲେ ଦେବେ ବୋର୍ଡ ପରୀକ୍ଷା। ଉଭୟ ଦଶମ ଓ ଦ୍ବାଦଶ ବୋର୍ଡରେ ଆସିପାରେ ଏଭଳି ସଂସ୍କାର । ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପକ୍ଷରୁ ଏନେଇ ଡ୍ରାଫ୍ଟ ପଲିସି ପ୍ରସ୍ତୁତ ହୋଇଛି । ଏଭଳି ହେଲେ ମାଟ୍ରିକ୍ ବୋର୍ଡ ପରୀକ୍ଷା ଭଳି ଗୋଟିଏ ପରୀକ୍ଷା ନରହିପାରେ । ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି ।

ପ୍ରସ୍ତାବ ଅନୁସାରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ୮ଟି ସେମିଷ୍ଟାର ପରୀକ୍ଷା ହେବ, କିମ୍ବା ୮ଟି ବୋର୍ଡ ପରୀକ୍ଷା ହେବ । ଅର୍ଥାତ୍ ନବମରୁ ଦ୍ୱାଦଶ ଯାଏଁ ପ୍ରତ୍ୟେକ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ୨ଟି ପରୀକ୍ଷା ଦେବାକୁ ହେବ । ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ । କିନ୍ତୁ ଉଭୟ ସେମିଷ୍ଟରର ନମ୍ବରକୁ ମିଶାଇ ଚୁଡାନ୍ତ ଫଳ ପ୍ରକାଶ କରାଯିବ ।

Advertisment

ଜାତୀୟ ଶିକ୍ଷା ନୀତି ୨୦୨୦କୁ ଦୃଷ୍ଟିରେ ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ, କଳା, ବାଣିଜ୍ୟ ଓ ବିଜ୍ଞାନ ଭଳି ପାଠ୍ୟକ୍ରମ ନିର୍ଦ୍ଦିଷ୍ଟ ବିଷୟରେ ସୀମିତ ରହିବ ନାହିଁ । ଛାତ୍ରଛାତ୍ରୀ ୩ଟି ଷ୍ଟ୍ରିମ ର ଯେକୌଣସି ବିଷୟ ପଢିପାରିବେ । ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ନାସନାଲ ଷ୍ଟିୟରିଂ କମିଟି ପ୍ରସ୍ତୁତ କରିଛି । ଏହାର ମୁଖ୍ୟ ଅଛନ୍ତି ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ- ଇସ୍ରୋର ପୂର୍ବତନ ମୁଖ୍ୟ କେ. କସ୍ତୁରୀରଙ୍ଗନ ।

ଚିଠା ପ୍ରସ୍ତାବ ଜାରି କରି NCERT ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀଙ୍କ ପରାମର୍ଶ ଲୋଡିଛି । ରାଜ୍ୟ ସରକାରମାନେ ଏଦିଗରେ ମଧ୍ୟ ମତାମତ ରଖିବେ । ବୋର୍ଡ ପରୀକ୍ଷାର ଚାପ କମ୍ କରିବା ପାଇଁ ଆସିଥିବା ଏହି ପ୍ରସ୍ତାବ କେତେ ଶୀଘ୍ର ଲାଗୁ ହେଉଛି ତା ଉପରେ ନଜର ।

Advertisment

ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ, ଓଟିଭି

NCERT Exam Pattern
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ