M.Phil ଆଡମିଶନ ନକରିବାକୁ ଛାତ୍ରଛାତ୍ରୀଙ୍କୁ ସତର୍କ କଲା UGC

ୟୁଜିସି ସଚିବ ମନୀଷ ଯୋଷୀ କହିଛନ୍ତି କିଛି ବିଶ୍ୱବିଦ୍ୟାଳୟ ମାଷ୍ଟର୍ ଅଫ୍ ଫିଲୋସଫି ତଥା ଏମ୍.ଫିଲ୍ ପାଇଁ ନୂଆ ଆବେଦନ କରୁଥିବା ୟୁଜିସି ନଜରକୁ ଆସିଛି ।

M.Phil କରି ଫାଇଦା ନାହିଁ !

M.PHIL ଏକ ମାନ୍ୟତାପ୍ରାପ୍ତ ଡିଗ୍ରୀ ନୁହେଁ । ତେଣୁ ଏପରି ପାଠ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ ନକରିବାକୁ UGC ତଥା ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଚେତାଇ ଦେଇଛନ୍ତି । M.PHIL ପାଠ୍ୟକ୍ରମରେ ନାଁ ନଲେଖାଇବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ୟୁଜିସି ପକ୍ଷରୁ ସତର୍କ କରିଦିଆଯାଇଛି ।

ୟୁଜିସି ସଚିବ ମନୀଷ ଯୋଷୀ କହିଛନ୍ତି କିଛି ବିଶ୍ୱବିଦ୍ୟାଳୟ ମାଷ୍ଟର୍ ଅଫ୍ ଫିଲୋସଫି ତଥା ଏମ୍.ଫିଲ୍ ପାଇଁ ନୂଆ ଆବେଦନ କରୁଥିବା ୟୁଜିସି ନଜରକୁ ଆସିଛି । ଏହି ପରିପ୍ରେକ୍ଷିରେ ସମସ୍ତଙ୍କୁ ଚେତାଇ ଦେବା ସହ ଏମ୍.ଫିଲ୍ ଡିଗ୍ରୀ ଆଉ ମାନ୍ୟତାପ୍ରାପ୍ତ ଡିଗ୍ରୀ ନୁହେଁ । ୟୁଜିସିର ନିୟମାବଳୀ-୨୦୨୨ର ନିୟମ କହୁଛି, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ଏଣିକି କୌଣସି ଏମଫିଲ୍ କୋର୍ସ ପ୍ରଦାନ କରିପାରିବେ ନାହିଁ ।

ଗତ ୨୦୨୨ ନଭେମ୍ବର ୭ରେ ୟୁଜିସି ଏହି ନିୟମ ସଂପର୍କିତ ବିଜ୍ଞପ୍ତି ଜାରି କରିବା ପରେ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜରେ ଏମଫିଲ୍ ପାଠ୍ୟକ୍ରମ ଉପରେ ନିଷେଧାଦେଶ ଲାଗୁ ହୋଇଥିଲା । ୨୦୨୩-୨୦୨୪ ଶିକ୍ଷାବର୍ଷ ଠାରୁ ଏମଫିଲ୍ ପାଠ୍ୟକ୍ରମ ବନ୍ଦ କରିବାକୁ ବିଶ୍ୱ ବିଦ୍ୟାଳୟ ଗୁଡ଼ିକୁ କୁହାଯାଇଛି ।