Advertisment

Mother And Daughter: ୪୯ ବର୍ଷ ବୟସରେ ଫିଜିଓଥେରାପିଷ୍ଟ ପଢ଼ିବେ ଡାକ୍ତରୀ, ମାଆ ଓ ଝିଅ ଉଭୟ ପାଇଲେ NEET

ଆଜିକୁ ଠିକ୍ ୩୦ ବର୍ଷ ତଳେ ମାନିଭନ୍ନାନ ମେଡିକାଲ୍ ପଢ଼ିବା ପାଇଁ ପ୍ରସ୍ତୁତ ହେଉଥିଲେ । କଠିନ ପରିଶ୍ରମ ବି କରୁଥିଲେ । କିନ୍ତୁ ସେ ସଫଳ ହୋଇପାରିନଥିଲେ । ଏବେ ଝିଅର ପାଠ ପଢ଼ା ରିଭିଜନ୍ କରିବାକୁ ସେ NEET ପାଇଁ ଆବେଦନ କରିଦେଲେ । ଯଦିଓ ସେ ପାଠ୍ୟକ୍ରମକୁ ଅତ୍ୟନ୍ତ କଠିନ ଏବଂ ତାଙ୍କ ସ୍କୁଲ ଦିନରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ମନେ କରିଥିଲେ, ତଥାପି ସେ ତାଙ୍କ ଝିଅଠାରୁ ପ୍ରେରଣା ପାଇଥିଲେ।

author-image
Tapan Kumar Swain
neet

neet

ଅମୁଥାବଲ୍ଲୀ ମାନିଭନ୍ନାନ ତାଙ୍କ ଝିଅର NEET ପାଇଁ ପ୍ରସ୍ତୁତି ସମୟରେ ଦୃଢ଼ସଂକଳ୍ପକୁ ଦେଖି ନିଜେ ଏହି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ଖୁସିର କଥା ଏବେ ମାଆ ଓ ଝିଅ ଉଭୟ NEETରେ କୃତକାର୍ଯ୍ୟ ହୋଇଛନ୍ତି ।

Advertisment

ଦୃଢ଼ସଂକଳ୍ପ ଦ୍ୱାରା ସବୁ କିଛି ସମ୍ଭବ । ୪୯ ବର୍ଷୀୟ ଫିଜିଓଥେରାପିଷ୍ଟ ଅମୁଥାବଲ୍ଲୀ ମାନିଭନ୍ନାନଙ୍କ କ୍ଷେତ୍ରରେ ତାହା ହିଁ ଦେଖିବାକୁ ମିଳିଛି । ତାମିଲନାଡୁରୁ NEETପରୀକ୍ଷାରେ ଏକାସାଙ୍ଗରେ ଦୁଇଜଣ ଉତ୍ତୀର୍ଣ୍ଣ ହେବା ପରେ ମହିଳା ଜଣଙ୍କ ନିଜ ଜିଲ୍ଲା ନିକଟସ୍ଥ ସରକାରୀ ମେଡିକାଲ କଲେଜରେ ଏକ ସିଟ୍ ପାଇଛନ୍ତି । ହେଲେ ତାଙ୍କ ଝିଅ କେଉଁଠି ପଢ଼ିବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

ଆଜିକୁ ଠିକ୍ ୩୦ ବର୍ଷ ତଳେ ମାନିଭନ୍ନାନ ମେଡିକାଲ୍ ପଢ଼ିବା ପାଇଁ ପ୍ରସ୍ତୁତ ହେଉଥିଲେ । କଠିନ ପରିଶ୍ରମ ବି କରୁଥିଲେ । କିନ୍ତୁ ସେ ସଫଳ ହୋଇପାରିନଥିଲେ । ଏବେ ଝିଅର ପାଠ ପଢ଼ା ରିଭିଜନ୍ କରିବାକୁ ସେ NEET ପାଇଁ ଆବେଦନ କରିଦେଲେ । ଯଦିଓ ସେ ପାଠ୍ୟକ୍ରମକୁ ଅତ୍ୟନ୍ତ କଠିନ ଏବଂ ତାଙ୍କ ସ୍କୁଲ ଦିନରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ମନେ କରିଥିଲେ, ତଥାପି ସେ ତାଙ୍କ ଝିଅଠାରୁ ପ୍ରେରଣା ପାଇଥିଲେ। ମାନିଭନ୍ନାନ କହିଛନ୍ତି ଯେ ତାଙ୍କ ଝିଅଙ୍କୁ ନୀଟ୍ ପାଇଁ ପ୍ରସ୍ତୁତି କରୁଥିବା ଦେଖି ତାଙ୍କ ଆକାଂକ୍ଷା ବଢ଼ି ଯାଇଥିଲା। ସେ ମୋର ସବୁଠାରୁ ବଡ଼ ପ୍ରେରଣା ଥିଲା। ମୁଁ ତା ବହିଗୁଡ଼ିକ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲି ବୋଲି ସେ କହିଛନ୍ତି ।

Advertisment

ଝିଅ ଏମ ସମ୍ୟୁକ୍ତା ଜଣେ ସିବିଏସଇ ଛାତ୍ରୀ । ସେ ମେଡିକାଲ ପାଇଁ କୋଚିଂ କ୍ଲାସରେ ଯୋଗ ଦେଉଥିଲେ । ମାଆଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ବହିଗୁଡ଼ିକ ଯୋଗାଇ ଦେଇଥିଲେ। ସମ୍ୟୁକ୍ତା କହିଛନ୍ତି ଯେ ସେ ତାଙ୍କ ପାଠ୍ୟକ୍ରମକୁ କାହା ସହ ରିଭିଜନ କରିବା ପାଇଁ ଚାହୁଁଥିଲେ । ତାଙ୍କ ବାପା ଜଣେ ଓକିଲ ଏବଂ ଏଥିରେ ସେ ଆଗ୍ରହୀ ନଥିଲେ । ତେବେ ତାଙ୍କ ମାଆ ଆଗେଇ ଆସିଥିଲେ।

ମାନିଭନ୍ନାନ କହିଛନ୍ତି ଯେ ତାଙ୍କ ସ୍ୱାମୀ ନୀଟ୍ ପାଇଁ ତାଙ୍କ ପ୍ରସ୍ତୁତିରେ ବହୁତ ସହଯୋଗ କରିଥିଲେ। ପ୍ରାୟ ତିନି ଦଶନ୍ଧି ପୂର୍ବେ ୪୯ ବର୍ଷୀୟ ମାନିଭନ୍ନାନ ସ୍କୁଲ ଶିକ୍ଷା ପରେ ଏମବିବିଏସ ପଢ଼ିବାକୁ ଚାହୁଁଥିଲେ । କିନ୍ତୁ ନପାଇବାରୁ ଫିଜିଓଥେରାପି ପାଠ ପଢ଼ିଥିଲେ । ସମ୍ୟୁକ୍ତା ମତ ଦେଇଛନ୍ତି, "ମୁଁ ମୋ ମାଆଙ୍କ ସହ ଗୋଟିଏ କଲେଜରେ ପଢ଼ିବାକୁ ଚାହୁଁନାହିଁ। ମୁଁ ସାଧାରଣ କୋଟାରେ ପ୍ରତିଯୋଗିତା କରି ଅନ୍ୟତ୍ର ପଢ଼ିବାକୁ ଚାହୁଁଛି, ହୁଏତ ରାଜ୍ୟ ବାହାରେ।" ଏବେ ଦୁଇ ପିଢ଼ି ଗୋଟିଏ ରାସ୍ତାରେ ।

ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷାରେ ଅବିଚଳିତ ଥିଲେ ବୃଦ୍ଧ, ମାନିଗଲେ ଦର୍ଶକ 

Neet Admissions Tamilnadu NEET Exam Mother Mother-daughter
Advertisment
Advertisment