Advertisment

ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Morning Classes in Odisha Schools

morning school starts from 11th april

Advertisment

ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୧ ଠାରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ ପାଠପଢ଼ା। ସ୍ଥଳ ବିଶେଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏହି ସମୟ ନିର୍ଘଣ୍ଟକୁ ବଦଳାଇପାରିବେ।

Advertisment

ଏଥିସହ ସ୍କୁଲରେ ସ୍ବଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ସୂଚାଇ ଦିଆଯାଇଛି ଯେ, ଏପ୍ରିଲ ୩ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନୂଆଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ।

Advertisment

କିଛି ଦିନ ତଳେ OTV ଲୋଗୋକୁ ବ୍ୟବହାର କରି ମିଥ୍ୟା ଖବର ଭାଇରାଲ ହୋଇଥିଲା। ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ ହେବ ବୋଲି ଯେଉଁ ଖବର ଭାଇରାଲ୍ ହୋଇଥିଲା, ତାର କୌଣସି ସତ୍ୟାସତ୍ୟ ନାହିଁ କିମ୍ବା ଚଳିତ ବର୍ଷ ସେଭଳି ଖବର ଓଟିଭିର କୌଣସି ପ୍ଲାଟଫର୍ମରେ ପ୍ରସାରିତ ହୋଇନଥିବା OTV ପକ୍ଷରୁ ସୂଚନା ଦିଆଯାଇଥିଲା।

Student School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ