ଏଣିକି କଲେଜ-ୟୁନିଭର୍ସିଟିରେ ପଢ଼ା ହେବ ନୈତିକତା, ୨୫ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ବିଭାଗୀୟ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍‌ ଗୁନିକର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଥିଲା ।

Education Minister

ନୂଆଦିଲ୍ଲୀ: ଏଣିକି କଲେଜ୍ ଓ ବିଶ୍ୱବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ଯୋଡି ହେବ ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । +୩ରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ କରାଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ବିଭାଗୀୟ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍‌ ଗୁନିକର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଥିଲା ।

ଏହି ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ପରିଷଦ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ନୈତିକତା ଓ ମୂଲ୍ୟବୋଧ ସମ୍ପର୍କିତ ବହିକୁ ଉନ୍ମୋଚନ କରାଯାଇଛି । ବହିର ଭିଡିଓ ଲେକ୍ଚର ସହ ପରିଷଦ ୱେବସାଇଟ୍‌ରେ ଡିଜିଟାଲ ଭର୍ସନ ଉପଲବ୍ଧ ହେବ । ଏହି ବିଷୟରେ ୬ଟି ୟୁନିଟ ରହିଥିବା ନେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି । ନୈତିକ ଶିକ୍ଷା ନେଇ ୬ଟି ସେମିଷ୍ଟାରରେ ୨୫ ମାର୍କ ଲେଖାଏଁ ପରୀକ୍ଷା କରାଯିବ ବୋଲି ମଧ୍ୟ ଜଣାପଡ଼ିଛି ।