Advertisment

Mo School Corruption: ମୋ ସ୍କୁଲ୍ ଯୋଜନା ଅର୍ଥ ହେରଫେର...ସାମ୍ନାକୁ ଆସିଲା ସାଂଘାତିକ ସତ

ଏ ସଂପର୍କରେ ମିଳିଥିବା ଅଭିଯୋଗରୁ ପ୍ରକାଶଯେ, ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ରଣା ଚଞ୍ଚକତା କରି ମୋ ସ୍କୁଲ ଯୋଜନା ଅର୍ଥକୁ ହରିଲୁଟ କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ଏ ସୂଚନା ପାଇବା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଟିମ ସ୍କୁଲକୁ ଆସି ଶିକ୍ଷକଙ୍କ କେଳେଙ୍କାରୀର ତଦନ୍ତ କରିବା ସମୟରେ ବହୁ ଅକୁହା କଥା ସାମ୍ନାକୁ ଆସିଥିଲା ।

ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲା ମୋ ସ୍କୁଲ୍ ଦୁର୍ନୀତି

ସାମ୍ନାକୁ ଆସିଲା ମୋ ସ୍କୁଲ୍ ଦୁର୍ନୀତି

Advertisment

ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଯୋଜନାରେ ହୋଇଥିଲା ଲକ୍ଷାଧିକ ଟଙ୍କାର ଅର୍ଥ ହେରଫେର । ସ୍କୁଲର ପ୍ରଧାନ ଶିକ୍ଷକ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଏକ ସଙ୍ଗିନ ଅଭିଯୋଗ ଆଣିଥିଲା ମୋ ସ୍କୁଲ କମିଟି।

Advertisment

ଏ ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଚେଇଁଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ।ଜିଲ୍ଲା ଶିକ୍ଷା ଅଧିକାରୀ ଦେଇଥିଲେ ତଦନ୍ତ ପାଇଁ ନିର୍ଦ୍ଦେଶ। ତଦନ୍ତ ଅଧିକାରୀ ଭାବେ ହରଭଙ୍ଗା ବ୍ଲକର ABDO ଜ୍ୟୋତ୍ସ୍ନା ମହାପାତ୍ର ଏବଂ ମାର୍ସଲିଂ ଅଫିସର ଭାବେ ସରସରା କ୍ଲଷ୍ଟରର CRCC ଶ୍ରୀବନ୍ତ ନାଏକ ଙ୍କୁ ନେଇ ଏକ ଦୁଇ ଜଣିଆ ଟିମ ଗତକାଲି ସୋମବାର ସ୍କୁଲରେ ପହଞ୍ଚି ତଦନ୍ତ କରିଥିଲେ।

ଏହି ଅର୍ଥ ହଡପର ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ପ୍ରାୟୋଜିତ ବହୁ ଅନିୟମିତତା। ମୋ ସ୍କୁଲ ଯୋଜନାରେ ପ୍ରଦାନ କରାଯାଉଥିବା ସରକାରୀ ଅନୁଦାନ ହାତେଇବା ପାଇଁ ସେ କେଉଁ କେଉଁ ଅସଦ ଉପାୟ ଅବଲମ୍ବନ କରିଛନ୍ତି, ତାର ଗୋଟିଗୋଟି କରି କଚ୍ଚା ଚିଠାର ପ୍ରାମାଣିକ ତଥ୍ୟ ଲାଗିଛି ତଦନ୍ତକାରୀ ଅଧିକାରୀଙ୍କ ହାତରେ। ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା ପଚରା ଯାଉଥିବା କୌଣସି ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିନଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ରଣା। ଓଲଟି ସ୍କୁଲର ସାମୁହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅନୁଦାନ ଅର୍ଥ ସ୍କୁଲର ବ୍ୟାଙ୍କ ଜମାଖାତାକୁ ଆଣିବା ପାଇଁ ପ୍ରୟାସ କରିଥିଲେ ବୋଲି ସଫେଇ ଦେଇଥିଲେ।

Advertisment

ଏଭଳି ଉତ୍ତର ଶୁଣି ତଦନ୍ତକାରୀ ଅଧିକାରୀଙ୍କ ସମେତ ସେଠାରେ ଉପସ୍ଥିତ ମୋ ସ୍କୁଲ କମିଟିର କର୍ମକର୍ତ୍ତା ମାନେ ହତଚକିତ ହୋଇଯାଇଥିଲେ। ଶେଷରେ ଦୋଷୀ ଶିକ୍ଷକଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ କମିଟିର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ। ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ଏବଂ ତାଙ୍କର ନିର୍ଦ୍ଦେଶ  ଅନୁଯାୟୀ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। 

ସରକାରଙ୍କ ମୋ ସ୍କୁଲ ଯୋଜନାରେ ଅର୍ଥ ବାଟମାରଣା ଅଭିଯୋଗ ହେବା ପରେ ଆରମ୍ଭ ହୋଇଛି ତନାଘନା । ଏହି ଯୋଜନାରେ ବୌଦ୍ଧ ଜିଲ୍ଲା ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବ୍ୟାଙ୍କ ଜମାଖାତାରେ ଥିଲା ୫ ହଜାର ଟଙ୍କା। ସ୍କୁଲ କମିଟିର କର୍ମକର୍ତ୍ତା ଓ ସଦସ୍ୟଙ୍କ ଆଜ୍ଞାତସାରରେ ଏହାକୁ ଚଞ୍ଚକତା କରି ୫୦ ହଜାର ଦର୍ଶାଇ ପ୍ରଧାନ ଶିକ୍ଷକ ନିୟମ ଅନୁଯାୟୀ ଦୁଇଗୁଣା ଅନୁଦାନ ପାଇବା ପାଇଁ ବିଇଓଙ୍କ ଜରିଆରେ ଆବେଦନ କରିଥିଲେ।

Advertisment

ତଦନୁସାରେ ବିଦ୍ୟାଳୟର ମୋ ସ୍କୁଲ ଏକାଉଣ୍ଟକୁ ମଞ୍ଜୁର ହୋଇ ମିଳିଥିଲା ୧ ଲକ୍ଷ ଟଙ୍କା। ଅଭିଯୋଗ ଅନୁଯାୟୀ, ଏହାକୁ ନିୟମିତ ବ୍ୟବଧାନରେ ନିଜ ପତ୍ନୀ, ପୁଅ ଓ ସମ୍ପର୍କୀୟଙ୍କ ନାଁରେ ଚେକ ଇସ୍ୟୁ କରି ଉଠାଇ ନେଇଥିଲେ ପ୍ରଧାନ ଶିକ୍ଷକ । ଧିରେ ଧିରେ ଏହାର କଳା ଗୁମର ପଦାକୁ ଆସିଥିଲା। ପ୍ରାପ୍ତ ସୂଚନା ମୁତାବକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାକୃତ ଭାବେ ୫୦ ହଜାର ଟଙ୍କା ଚାନ୍ଦା କରି ମୋ ସ୍କୁଲ ନାଁରେ ଥିବା ଚାରିଛକ ସ୍ଥିତ SBI ବ୍ୟାଙ୍କ ଜମାଖାତାରେ ୫୦ହଜାର ଟଙ୍କା ଜମା ରଖିବା ପାଇଁ ନିଷ୍ପତ୍ତି ନେଇଥିଲା ।

ହେଲେ ପ୍ରଧାନ ଶିକ୍ଷକ ନିର୍ମଳ ରଣା ଉକ୍ତ ୫୦ହଜାର ଟଙ୍କାକୁ ବ୍ୟାଙ୍କ ଜମାଖାତାରେ ନରଖି ଗତ ବର୍ଷ ଫେବୃୟାରୀ ୧୬ ତାରିଖ ଦିନ ପ୍ରଥମେ ୫ହଜାର ଓ ପରେ ଆଉ ଥରେ ୧୨ ହଜାର ଏପରି ଭାବେ ସମୁଦାୟ ୧୭ହଜାର ଟଙ୍କା ଜମା କରିଥିଲେ। ତେବେ ପ୍ରଧାନ ଶିକ୍ଷକ ବ୍ୟାଙ୍କରେ ପ୍ରଥମେ ଡିପୋଜିଟ ହୋଇଥିବା ୫ହଜାର ଟଙ୍କାର ସ୍ଲିପକୁ ଚଞ୍ଚକତା କରି ୫୦ହଜାର ଟଙ୍କା ଦର୍ଶାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରୀଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୋ ସ୍କୁଲ ଯୋଜନାରେ ଏହାର ଦ୍ୱି ଗୁଣା ଅର୍ଥାତ ୧ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ ପାଇବା ପାଇଁ ପଠାଇଥିଲେ । ଅନ୍ୟପଟେ ବିଭାଗ ପକ୍ଷରୁ ବ୍ୟାଙ୍କ ଜମା ଖାତାକୁ ଗତବର୍ଷ ମାର୍ଚ୍ଚ ମାସ ୩ତାରିଖରେ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଏହି ଜମାଟଙ୍କାକୁ ପ୍ରଧାନ ଶିକ୍ଷକ ଚେକ ଏବଂ ରେଜୁଲେସନ ଖାତାରେ ମୋ ସ୍କୁଲ ସଭାପତି ଓ ସଭ୍ୟ ସଭ୍ୟାଙ୍କ ଜାଲି ଦସ୍ତଖତ କରି ବ୍ୟାଙ୍କରୁ ଟଙ୍କା ଉଠାଇ ହେରଫେର କରିଥିବା ଅଭିଯୋଗରୁ ପ୍ରକାଶ। ଏହା ଜଣାପଡିବା ପରେ ସ୍କୁଲ କମିଟିର କତ୍ତୃପକ୍ଷ ଏବଂ ସଭ୍ୟ ସଭ୍ୟାଙ୍କ ମଧ୍ୟରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ପ୍ରଧାନ ଶିକ୍ଷକ ବିନା କମିଟି ବୈଠକ ଓ ବିନା ରିଜେଲୁସନରେ ନକଲି ଦସ୍ତଖତ କରି ଟଙ୍କା ଉଠାଉଥିବା କମିଟି ଅଭିଯୋଗ କରିଥିଲା।

ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଞ୍ଚକତା କରି ମୋ ସ୍କୁଲ ଯୋଜନା ଅର୍ଥକୁ ହରିଲୁଟ କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।ଜିଲ୍ଲା ଶିକ୍ଷାଧିକାରୀ ଏ ସୂଚନା ପାଇବା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଟିମ ସ୍କୁଲକୁ ଆସି ଶିକ୍ଷକଙ୍କ କେଳେଙ୍କାରୀର ତଦନ୍ତ କରିବା ସମୟରେ ବହୁ ଅକୁହା କଥା ସାମ୍ନାକୁ ଆସିଥିଲା ।

ମୋ ସ୍କୁଲ ଅର୍ଥ ଉଠାଣ ବାବଦରେ ୪ଟି ବ୍ୟାଙ୍କ ଚେକକୁ ତଦନ୍ତ କରାଯାଇଥିବା ବେଳେ ଗୋଟିଏ ଚେକକୁ ଛାଡି ଅନ୍ୟ ସମସ୍ତ ଚେକରେ ସଭାପତିଙ୍କ ଜାଲ ଦସ୍ତଖତ ହୋଇଥିବା ସଭାପତି କହିଥିଲେ । ଅନ୍ୟପଟେ ରିଜେଲୁସନରେ ସମସ୍ତ ସଭ୍ୟ ସଭ୍ୟାଙ୍କ ଜାଲ ଦସ୍ତଖତ ହୋଇଥିବା ସଦସ୍ୟମାନେ କହିଥିଲେ । ଅନ୍ୟପଟେ ଏହି ଟଙ୍କାକୁ ଶ୍ରୀ ରଣା ମୋ ସ୍କୁଲ ବ୍ୟାଙ୍କ ଜମାଖାତାରୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ବ୍ୟାଙ୍କ ଷ୍ଟେଟମେଂଟରୁ ସାମ୍ନାକୁ ଆସିଛି ।

ସମୁଦାୟ ୯ ଥର ମୋ-ସ୍କୁଲ ବ୍ୟାଙ୍କ ଜମା ଖାତାରୁ ଟଙ୍କା ଉଠାଣ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ନିଜ ପତ୍ନୀ, ପୁଅ ଏବଂ ସମ୍ପର୍କୀୟଙ୍କ ନାଁରେ ୩ଥର ଚେକ ପ୍ରଦାନ କରି ସେଥିରୁ ୩୪ ହଜାର ୭ ଶହ ଟଙ୍କା ଉଠାଣ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି। ଅନ୍ୟପଟେ ସ୍କୁଲରେ ମୋ ସ୍କୁଲ ବାବଦରେ କୌଣସି କାର୍ଯ୍ୟ ହୋଇନଥିବା ବେଳେ ଏବେ ସତ ବାହାରକୁ ଆସିଯିବା ଭୟରେ ତରବରିଆ ଭାବେ ସ୍କୁଲରେ ଏକ ଆକ୍ୱାଗାଡ଼ ଓ ରାସ୍ତା ନିର୍ମାଣ ପାଇଁ ଫେବର ବ୍ଲକ ଆଣି ରଖାଯାଇଥିବା ଦେଖିବାକୁ ମିଳିଛି ।

ତଦନ୍ତ ରିପୋର୍ଟ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଜଣେ ପ୍ରଧାନ ଶିକ୍ଷକ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ କିଭଳି ଏତେ ବଡ ସଙ୍ଗିନ ଘୋଟାଲା କରିବାକୁ ସାହସ କଲେ ? ୟା ପଛରେ ଅନ୍ୟ କୌଣସି ବଡ ଅଧିକାରୀଙ୍କ ଅଦୃଶ୍ୟ ହାତ ନାହିଁତ ?ତା ପରେ ସବୁଠାରୁ ବଡ଼ କଥା ହେଲା ଉକ୍ତ ସ୍କୁଲ ଠାରୁ ହରଭଙ୍ଗା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦୂରତା ମାତ୍ର ୫୦ମିଟର । ପ୍ରଧାନ ଶିକ୍ଷକ ୫ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ ସ୍ଲିପକୁ ଚଞ୍ଚକତା କରି ତାଙ୍କର ୫୦ହଜାର ଜାଲି ବ୍ୟାଙ୍କ ଡିପୋଜିଟ ସ୍ଲିପକୁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଏକ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁରୀ ପାଇଁ ପଠାଇଲେ ଅଥଚ ଶିକ୍ଷାଧିକାରୀ ପାସବୁକ ଓ କେସବୁକ ଯାଞ୍ଚ ବେଳେ କିପରି ଏହା ଜାଣି ପାରିଲେ ନାହିଁ ଏହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନ ଉଠୁଛି। ତେବେ ସମସ୍ତ ଅଭିଯୋଗକୁ ସଂପୃକ୍ତ ପ୍ରଧାନଶିକ୍ଷକ ମିଥ୍ୟା ବୋଲି ଦର୍ଶାଇଛନ୍ତି।

Educational Institute Corruption Mo School Abhiyan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ