Advertisment

ଦିନକ ପରେ MBBS ଓ BDS ନାମଲେଖା ପାଇଁ ଚଏସ୍‌ ଲକିଂ

ଫେବ୍ରୁଆରୀ ୫ ତାରିଖରେ ଓଜେଇଇ ମୁଖ୍ୟାଳୟରେ ନାମ ଲେଖାଇବେ । ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ପଡ଼ିଥିବା ସିଟ୍‌ରେ ଫେବ୍ରୁଆରୀ ୧୧ରେ ତାଲିକା ପ୍ରକାଶ ପାଇବ ।

ଅଦ୍ୟତନ ହୋଇଛି
MBBS BDS Admission

MBBS BDS Admission

Advertisment

MBBS ଓ BDS ନାମଲେଖା ପାଇଁ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ ୩୧ ତାରିଖ ମଧ୍ୟରାତ୍ର ଯାଏଁ ଚଏସ୍ ଲକିଂ କରିହେବ । ଫେବୃଆରୀ ୩ରେ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ଏହାପରେ ଛାତ୍ରଛାତ୍ରୀ ସେମାନଙ୍କ ଆଲମେଣ୍ଟ ଲେଟର୍ ଡାଉନଲୋଡ୍ କରିପାରିବେ ।

Advertisment

ଫେବ୍ରୁଆରୀ ୫ ତାରିଖରେ ଓଜେଇଇ ମୁଖ୍ୟାଳୟରେ ନାମ ଲେଖାଇବେ । ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ପଡ଼ିଥିବା ସିଟ୍‌ରେ ଫେବ୍ରୁଆରୀ ୧୧ରେ ତାଲିକା ପ୍ରକାଶ ପାଇବ । ଚଳିତ ବର୍ଷ ରାଜ୍ୟର ୧୪୬୬ ମେଡିକାଲ୍ ସିଟ୍‌ରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂ କରିବ । ଏସସିବି ମେଡିକାଲ୍ କଲେଜ୍‌ରେ ୨୧୨, ବ୍ରହ୍ମପୁର ଏମ୍‌କେସିଜିରେ ୨୧୩, ଭିମସାରରେ ୧୭୦, ବାରିପଦା ଓ କୋରାପୁଟରେ ୧୦୬, ବାଲେଶ୍ୱର, ବଲାଙ୍ଗିର ଓ ପୁରୀରେ ୮୫ ଲେଖାଏଁ ସିଟ୍‌ରେ ନାମ ଲେଖା ହେବ ।

MBBS BDS Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ