Advertisment

ଇଂରାଜୀ ପରେ ଗଣିତ ପ୍ରଶ୍ନପତ୍ର ଲିକ୍! ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ପ୍ରଶ୍ନପତ୍ର

ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
BSE Matric Exam Question Paper Leak

Question paper leak

Advertisment

ମାଟ୍ରିକ ପରୀକ୍ଷାରେ ବାରମ୍ୱାର ତ୍ରୁଟି ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଏଆଇ କ୍ୟାମେରାର ସାହାଯ୍ୟ ନିଆଯାଉଛି। ଏଥିପାଇଁ କିଛି ସ୍ଥାନରେ ଶିକକ୍ଷଙ୍କୁ କାର୍ଯ୍ୟାନ୍ତର ମଧ୍ୟ କରାଯାଇଛି। ଏହାରି ଭିତରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଛି।

Advertisment

ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି। କେନ୍ଦୁଝରରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ଭାଇରାଲ୍ ପ୍ରଶ୍ନପତ୍ରରେ ସେଟ୍- C ଓ D ଲେଖାଯାଇଛି। ଫଳରେ ଏନେଇ ଅଶଙ୍କା ଓ ଦ୍ବନ୍ଦ୍ବ ଅଧିକ ବଢ଼ିଛି।

ତେବେ ଏହା ଅସଲ ଗଣିତ ପେପର୍ କି ନାହିଁ ସେ ନେଇ ବୋର୍ଡ ପକ୍ଷରୁ କୌଣସି ସୂଚନା ମିଳିପାରିନି। ଏହାପୂର୍ବରୁ ବି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ଖବର ଆସିଥିଲା। ହେଲେ ଏହାକୁ ଖଣ୍ଡନ କରିଥିଲେ ବୋର୍ଡ କର୍ତ୍ତୃପକ୍ଷ। ଏବେ ପୁଣି ଥରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି।

Advertisment
Matric Exam Question Paper Leak BSE Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ