Advertisment

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ରେଜଲ୍ଟ, ପାସ୍ ହାର ୮୦ ପ୍ରତିଶତ

କରୋନା ପାଇଁ ଏଥର ମାଟ୍ରିକ ପରୀକ୍ଷା ହୋଇପାରିନଥିଲା। ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପିଲାଙ୍କୁ ମାର୍କ ଦେଇ ଯାଇ ବାହାର କରାଯାଇଥିଲା ରେଜଲ୍ଟ  କିନ୍ତୁ ସେଥିରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିବାରୁ ସେମାନଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା।

ଅଦ୍ୟତନ ହୋଇଛି
undefined

matric-exam

Advertisment

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ରେଜଲ୍ଟ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ୮୪୯୧ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ମୋଟ ପାସ୍ ହାର ୮୦.୮୩ ପ୍ରତିଶତ ରହିଛି। ସେମାନହ୍କ ମଧ୍ୟରୁ ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦, ଝିଅ- ୨୧୩୩ ପାସ୍ କରିଛନ୍ତି। ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ଦେଇଥିଲେ ଅଫଲାଇନ ପରୀକ୍ଷା। 

Advertisment

କରୋନା ପାଇଁ ଏଥର ମାଟ୍ରିକ ପରୀକ୍ଷା ହୋଇପାରିନଥିଲା। ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପିଲାଙ୍କୁ ମାର୍କ ଦେଇ ଯାଇ ବାହାର କରାଯାଇଥିଲା ରେଜଲ୍ଟ  କିନ୍ତୁ ସେଥିରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିବାରୁ ସେମାନଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା। ୫୦୪ ସେଣ୍ଟରରେ ୧୫ ହଜାରରୁ ଅଧିକ ପିଲା ଏହି  ପରୀକ୍ଷା ଦେଇଛନ୍ତି। ଗତ ମାସ ଜୁଲାଇ ୩୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। 

ମାଟ୍ରିକ ଅଫଲାଇନ ପରୀକ୍ଷାରେ ୨୭୧ ପିଲାଙ୍କ ଗ୍ରେଡ ବଢ଼ିଲା। ଅନଲାଇନ ମାର୍କିଂରେ ଯେତିକି ପାଇଥିଲେ ଅଫଲାଇନରେ ମାର୍କ ବଢ଼ିଲା। ତେବେ ୪୫୯ ଛାତ୍ରଛାତ୍ରୀଙ୍କ ଅଫଲାଇନ ଗ୍ରେଡ ହ୍ରାସ ପାଇଲା। ଅନଲାଇନରେ ପାଇଥିବା ଗ୍ରେଡ ଅଫ୍ ଲାଇନ୍‌ରେ ଖସିଗଲା। ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଅଫଲାଇନ ପରୀକ୍ଷା ଦେଇଥିଲେ। 

Advertisment
Odisha News Matric Exam BSE Odisha 10th Result 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ