Advertisment

Odisha BSE Matric Exam: ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା; ଆଜି ଡ୍ରାଏ ରନ୍

ପରୀକ୍ଷା ପୂର୍ବରୁ ଆଜି ଡ୍ରାଏ ରନ୍ କରାଯିବ। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର୍ ତଥା ନୋଡାଲ୍ ସେଣ୍ଟର୍ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥାର ଅନୁଧ୍ୟାନ କରାଯିବ।

ଅଦ୍ୟତନ ହୋଇଛି
Odisha Matric Exam 2025

Matric Exam

Advertisment

ରାତି ପାହିଲେ ମାଟ୍ରିକ୍ ପରୀକ୍ଷା। ଆଜି ହେବ ଡ୍ରାଏ ରନ୍। ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଗତକାଲି ନୋଡାଲ ସେଣ୍ଟରରେ ପହଞ୍ଚିଛି ପ୍ରଶ୍ନପତ୍ର।

Advertisment

ପରୀକ୍ଷା ପୂର୍ବରୁ ଆଜି ଡ୍ରାଏ ରନ୍ କରାଯିବ। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର୍ ତଥା ନୋଡାଲ୍ ସେଣ୍ଟର୍ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥାର ଅନୁଧ୍ୟାନ କରାଯିବ।

ଅଧିକ ପଢ଼ନ୍ତୁ: Career Tips: ଏହି ଟୁଲ୍ସ ଉପରେ କିଛି ଶିକ୍ଷା ଗ୍ରହଣ କରିନିଅନ୍ତୁ; ମିଳିବ ଉଚ୍ଚା ଦରମା

Advertisment

ବୋର୍ଡ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀମାନେ ୬ ଶହ କେନ୍ଦ୍ରରେ ଭିଡିଓ ଲାଇଭ୍ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଏକାସଙ୍ଗେ ହେବ।

ରାଜ୍ୟର ୩ହଜାର ୧୩୩ଟି କେନ୍ଦ୍ରର ହଲ୍ ସିସିଟିଭି ଫୋକସରେ ରହିବ। ୨୮୬ଟି ସମ୍ବେଦଶୀଳ ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରେ ଭିଡିଓ ଲାଇଭ ହେବ। ଏହି ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଭିଡିଓର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ କରାଯାଇଛି। ପରୀକ୍ଷା ବେଳେ କେବଳ ସେଣ୍ଟର ସୁପରିଟେଣ୍ଡ ଓ ଅବଜରଭର୍ ମୋବାଇଲ ବ୍ୟବହାର କରିପାରିବେ।

Advertisment

ଅଧିକ ପଢ଼ନ୍ତୁ: ବାଜିଲା ମାଟ୍ରିକ୍ ପରୀକ୍ଷା ଘଣ୍ଟି, ପ୍ରଥମ ଦିନ ହେବ ପ୍ରଥମ ଭାଷା।

Odisha Matric Exam Matric Exam Odisha BSE Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ