Matric Exam
Advertisment
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତା ମାସ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ ମାତୃଭାଷା ପରୀକ୍ଷା ହେବ । ୧୩ ତାରିଖରେ ଇଂରାଜୀ, ୧୪ ତାରିଖରେ ତୃତୀୟ ଭାଷା ଅର୍ଥାତ୍ ସଂସ୍କୃତ କିମ୍ବା ହିନ୍ଦୀ ପରୀକ୍ଷା ହେବ । ମାର୍ଚ୍ଚ ୧୬ ତାରିଖରେ ସାଧାରଣ ବିଜ୍ଞାନ, ୧୮ ତାରିଖରେ ସୋସିଆଲ ସାଇନ୍ସ ବା ସାମାଜିକ ବିଜ୍ଞାନ ଏବଂ ୨୦ ତାରିଖରେ ଗଣିତ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675599744.jpg)