Advertisment

ରାଜ୍ୟରେ ବେଆଇନ୍ ଭାବେ ଗଢ଼ି ଉଠିଛି ପୁଳା ପୁଳା GNM-ନର୍ସିଂ କଲେଜ !

ତାଗିଦ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଡିଏମଇଟି । ୧୪୭ଟି ଜିଏନଏମ ଏବଂ ନର୍ସିଂ କଲେଜର ଏନଓସି ରବ୍ଦ ।

ଅଦ୍ୟତନ ହୋଇଛି
Nursing College

Nursing College

Advertisment

ଅନ୍ଧାରରେ ଅଛି କି ରାଜ୍ୟର ୧୪୭ ନର୍ସିଂ କଲେଜର ଭାଗ୍ୟ ? ରାଜ୍ୟରେ ବେଆଇନ୍ ଭାବେ ଚାଲିଛି କି ପୁଳା ପୁଳା ଜିଏନଏମ ଓ ନର୍ସିଂ କଲେଜ ? ଇଣ୍ଡିଆନ୍ ନର୍ସିଂ କାଉନସିଲ୍‌ର କଡ଼ା ଗାଇଡଲାଇନକୁ ଫୁ’ କରିଛନ୍ତି କି ଅନୁଷ୍ଠାନ ? ଏମିତି ନାନା ପ୍ରଶ୍ନ ଏବେ ଉଙ୍କି ମାରିଛି । ବାରିପଦା ଉପକଣ୍ଠ ଜନାର୍ଦ୍ଦନପୁରରେ ଥିବା ଗାୟତ୍ରୀ ନର୍ସିଂ କଲେଜ । ଏଠାରେ ପାଠ ପଢୁଛନ୍ତି ANM ଏବଂ GNMରେ ମୋଟ ୧୨୦ ପିଲା। କଲେଜରେ ଲାଗିଥିବା ଅଗ୍ନିନିରାପତ୍ତା ବ୍ୟବସ୍ଥା ଉପରେ ଧୂଳି ଚରିଗଲାଣି।

Advertisment

ସମାନ ଅବସ୍ଥା ନୀଳଗିରିରେ ଥିବା ବାଲେଶ୍ୱର କଲେଜ ଅଫ୍ ନର୍ସିଂର । ଅଗ୍ନିନିରାପତ୍ତା ନଥିବାରୁ ଡିଏମଇଟି କଲେଜର ଏନଓସିକୁ ରବ୍ଦ କରିବା ସହ ରିନୁଆଲ୍ କରିନାହାଁନ୍ତି । ସେପଟେ କଲେଜ କତ୍ତୃପକ୍ଷ କହିଛନ୍ତି ସମସ୍ତ ବ୍ୟବସ୍ଥା ଥିବା ସତ୍ତ୍ୱେ ଏକ ତରଫା ଭାବେ ଡିଏମଇଟି ଏପରି କରିଛନ୍ତି। ତେଣେ ମୟୁରଭଞ୍ଜ ଜିଲ୍ଲାରେ ମୋଟ ୧୪ଟି ନର୍ସିଂ କଲେଜର ଏନଓସି ରବ୍ଦ କରିଛନ୍ତି ଡିଏମଇଟି।

ନିୟମ କହୁଛି, ନର୍ସିଂ କଲେଜ ଜନବସତି ଅଞ୍ଚଳରେ ହୋଇପାରିବ ନାହିଁ। ନର୍ସିଂ କଲେଜ  ନିଜସ୍ୱ ଜାଗାରେ ହୋଇଥିବା ଦରକାର। ଅଗ୍ନିନିରାପତ୍ତା ବ୍ୟବସ୍ଥା ସହ ସ୍ଥାୟୀ ଅଧ୍ୟାପକ, ପ୍ରିନସିପାଲ ଥିବା ବାଧ୍ୟତାମୂଳକ। ଏମିତି ଲମ୍ବା ନିୟମାବଳୀକୁ ଫୁ’ କରି ବର୍ଷ ବର୍ଷ ଧରି ଫେକ୍ ଡକୁମେଣ୍ଟରେ ରାଜ୍ୟରେ ୧୪୭ଟି ନର୍ସିଂ ସ୍କୁଲ ଓ କଲେଜ ଚାଲିଥିବା ଜଣାପଡିଛି।

Advertisment

ସେପଟେ ଇଣ୍ଡିଆନ୍ ନର୍ସିଂ କାଉନସିଲ୍‌ର କଡା ଗାଇଡଲାଇନ ପରେ ରାଜ୍ୟର ୧୪୭ଟି କଲେଜର ଆବଶ୍ୟକ ଡକୁମେଣ୍ଟ ଦାଖଲ ନହେବାରୁ ଏନଓସି ରବ୍ଦ କରିଛି ଡିଏମଇଟି। ତେଣେ ନର୍ସିଂ ପଢୁଥିବା ପିଲାଙ୍କ ପାଇଁ ସମସ୍ୟା ନଥିବା କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ। ଏକା ଥରକେ ଏତେଗୁଡେ କଲେଜର ଏନଓସି ରବ୍ଦ କରିବା ଘଟଣା ରାଜ୍ୟରେ ପ୍ରଥମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ