Advertisment

Budget 2025: ଏହିସବୁ IITରେ ବଢ଼ିଲା ସିଟ୍ ସଂଖ୍ୟା; ହେଲା ଡବଲ

ଆଇଆଇଟିରେ ଆଡମିଶନ ପାଇଁ JEE ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କ ପାଇଁ ଏହା ବହୁତ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ୫ଟି ଆଇଆଇଟିରେ ଛାତ୍ରଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ଅବଶ୍ୟ, ଏହି ସୁବିଧା କେବଳ ସେହି ୫ ଆଇଆଇଟି ପାଇଁ ମିଳିବ, ଯାହା ୨୦୧୪ ପରେ ପ୍ରତିଷ୍ଠା ହୋଇଛି।

ଅଦ୍ୟତନ ହୋଇଛି
List of iit established after 2014 will get 6500 seats

List of iit established after 2014 will get 6500 seats

Advertisment

ଆଇଆଇଟି(IIT) ହେଉଛି ଭାରତର ସର୍ବୋଚ୍ଚ ଇଞ୍ଜିନିୟରିଂ ପ୍ରତିଷ୍ଠାନ। ଏଠାରେ ଆଡମିଶନ ପାଇଁ JEE ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ଭାରତରେ ସମୁଦାୟ ୨୩ଟି ଆଇଆଇଟି ଅଛି। ଏହାଛଡା, ବିଦେଶରେ ମଧ୍ୟ ୨ଟି ଆଇଆଇଟି ଅଛି। ୨୦୨୫ ସାଧାରଣ ବଜେଟରେ ୫ଟି ଆଇଆଇଟି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବିଶେଷ ଘୋଷଣା କରିଛନ୍ତି।

Advertisment

ଆଇଆଇଟିରେ ଆଡମିଶନ ପାଇଁ JEE ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କ ପାଇଁ ଏହା ବହୁତ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ୫ଟି ଆଇଆଇଟିରେ ଛାତ୍ରଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ଅବଶ୍ୟ, ଏହି ସୁବିଧା କେବଳ ସେହି ୫ ଆଇଆଇଟି ପାଇଁ ମିଳିବ, ଯାହା ୨୦୧୪ ପରେ ପ୍ରତିଷ୍ଠା ହୋଇଛି।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଏଥର ବଜେଟରେ କ’ଣ ହେଲା ଶସ୍ତା ଓ କ’ଣ ହେଲା ମହଙ୍ଗା ?

ତେବେ ଆଇଆଇଟିରେ ଆଡ୍‌ମିଶନ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ବଜେଟ୍ ୨୦୨୫ ଘୋଷଣା ବିଷୟରେ ଅବଗତ ହେବା ଜରୁରୀ। ଭାରତର କେଉଁ ଆଇଆଇଟିରେ ସିଟ୍ ବୃଦ୍ଧି ହେବ ଏବଂ ବର୍ତ୍ତମାନ ସେଠାରେ କେତେ ଛାତ୍ର ପାଠ ପଢୁଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

ଏହି ଆଇଆଇଟିରେ ସିଟ୍‌ ବୃଦ୍ଧି:

୨୦୧୪ ପରେ, ୬ଟି ଆଇଆଇଟି ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରୁ ୫ଟିରେ ସିଟ୍ ବୃଦ୍ଧି କରାଯିବ। ଏହି ଆଇଆଇଟିର ଭିତ୍ତିଭୂମି ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି। ଏହା ସହିତ ୬୫୦୦ ନୂଆ ଛାତ୍ର ଏଠାରେ ଆଡ୍‌ମିଶନ ପାଇପାରିବେ।

ଆଇଆଇଟି ପଲକ୍କଡ:

ଆଇଆଇଟି ପଲକ୍କଡ ୨୦୧୫ ମସିହାରେ କେରଳ ରାଜ୍ୟରେ ପ୍ରତିଷ୍ଠିତ ହୋଇଥିଲା। ଆଇଆଇଟି ପଲକ୍କଡରେ ଆଡ୍‌ମିଶନ୍‌ ଏବଂ ଅନ୍ୟାନ୍ୟ ବିବରଣୀ ଅଫିସିଆଲ୍ ୱେବ୍‌ସାଇଟ୍ iitpkd.ac.in ରେ ଯାଞ୍ଚ କରିପାରିବେ।

Advertisment

ଆଇଆଇଟି ତିରୁପତି:

ଆଇଆଇଟି ତିରୁପତି ୨୦୧୪ ମସିହାରେ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ଅଫିସିଆଲ୍ ୱେବସାଇଟ୍ ହେଉଛି www.iittp.ac.in। ଆପଣ ଏଠାରେ ଆଡ୍‌ମିଶନ୍‌ କରିବାକୁ ଚାହୁଁଥିଲେ ଯାଞ୍ଚ କରିପାରିବେ।

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

ଆଇଆଇଟି ଭିଲାଇ:

ଶିକ୍ଷା ମନ୍ତ୍ରଣାଳୟ ୨୦୧୬ରେ ଛତିଶଗଡ ରାଜ୍ୟରେ ଆଇଆଇଟି ଭିଲାଇ ପ୍ରତିଷ୍ଠା କରିଥିଲା। ଆଇଆଇଟି ଭିଲାଇରେ ଆଡ୍‌ମିଶନ୍‌ ସହିତ ଜଡିତ ସମସ୍ତ ନୂଆ ତଥ୍ୟ ଜାଣିବା ପାଇଁ ଏହାର ଅଫିସିଆଲ୍ ୱେବସାଇଟ୍ iitbhilai.ac.in କୁ ଯାଆନ୍ତୁ।

ଆଇଆଇଟି ଧରୱାଡ:

ଏହା ୨୦୧୬ରେ କର୍ଣ୍ଣାଟକରେ ପ୍ରତିଷ୍ଠିତ ହୋଇଥିଲା। ଏହା ତୃତୀୟ ଜେନେରେସନ୍ ଆଇଆଇଟି ତାଲିକାରେ ଅନ୍ତର୍ଭୁକ୍ତ। ଏହାର ଅଫିସିଆଲ୍ ୱେବ୍‌ସାଇଟ୍ ହେଉଛି www.iitdh.ac.in।

ଆଇଆଇଟି ଜାମ୍ମୁ:

ଆଇଆଇଟି ଜାମ୍ମୁ ୨୦୧୬ରେ ପ୍ରତିଷ୍ଠିତ ହୋଇଥିଲା। ଏହି ସାର୍ବଜନୀନ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଜାମ୍ମୁରେ ଅଛି। ଏହାର ଅଫିସିଆଲ୍ ୱେବସାଇଟ୍ ହେଉଛି www.iitjammu.ac.in। ଆପଣ ଏହାର ସିଟ୍ ସଂଖ୍ୟା JoSAA ସିଟ୍ ମ୍ୟାଟ୍ରିକ୍ସରେ ଯାଞ୍ଚ କରିପାରିବେ।

ଆଇଆଇଟି ଗୋଆ:

ବି.ଟେକ୍, ଏମ୍.ଟେକ୍ ପାଠ୍ୟକ୍ରମରେ ଆଡ’ମିଶନ କରିବାକୁ ଚାହୁଁଥିବା ଛାତ୍ରମାନେ JEE ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଆଇଟି ଗୋଆରେ ଆଡ୍‌ମିଶନ୍‌ କରିପାରିବେ। ଏହା ୨୦୧୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଆଇଆଇଟି ଗୋଆର ଅଫିସିଆଲ୍ ୱେବସାଇଟ୍ ହେଉଛି iitgoa.ac.in।

ଅଧିକ ପଢ଼ନ୍ତୁ: ଧଳା ଶାଢ଼ି, ଗୋଲ୍ଡେନ୍ ବର୍ଡର...ପୁଣି ଚର୍ଚ୍ଚାରେ ନିର୍ମଳାଙ୍କ ଶାଢି; ଜାଣନ୍ତୁ କିଏ ଦେଇଥିଲେ ଉପହାର...

Nirmala Sitharaman Union Budget IIT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ