Advertisment

ଯୁକ୍ତ ୨ ସିଟ୍ ବୃଦ୍ଧି ଆବେଦନ ନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି

ଗତକାଲିଠାରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ସଂଧ୍ୟା ୬ଟାରେ ଶେଷ ହେବ। ୨୦୨୧-୨୨ ଶିକ୍ଷା ବର୍ଷରେ ସିଟ୍ ବୃଦ୍ଧି ପାଇଁ ଏହି ଆବେଦନ କରି ପାରିବେ ଉଚ୍ଚ ମାଧ୍ୟମିକ ସ୍କୁଲ।

ଯୁକ୍ତ ୨ ସିଟ୍ ବୃଦ୍ଧି ଆବେଦନ ନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି

studying

Advertisment

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ୨ ସିଟ୍ ବୃଦ୍ଧି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ଚିଠି ଲେଖାଯାଇଛି। ଭିତ୍ତିଭୂମି ଥିବା ଶିକ୍ଷାନୁଷ୍ଠାନର ସିଟ୍ ବୃଦ୍ଧି ନେଇ ଆବେଦନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଇଛୁକ ଉଚ୍ଚ ମାଧ୍ୟମିକ ସ୍କୁଲ ଗୁଡ଼ିକ SAMS ପୋର୍ଟାଲ ବା www.samsodisha.gov.inରେ ଆବେଦନ କରିପାରିବେ।

Advertisment

 ଗତକାଲିଠାରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ସଂଧ୍ୟା ୬ଟାରେ ଶେଷ ହେବ। ୨୦୨୧-୨୨ ଶିକ୍ଷା ବର୍ଷରେ ସିଟ୍ ବୃଦ୍ଧି ପାଇଁ ଏହି ଆବେଦନ କରି ପାରିବେ ଉଚ୍ଚ ମାଧ୍ୟମିକ ସ୍କୁଲ।

ଏଥର ମାଟ୍ରିକ୍‌ରେ ରେକର୍ଡ ସଂଖ୍ୟକ ପିଲା ପାସ୍ ହୋଇଥିବାରୁ ସେମାନଙ୍କ ନାମଲେଖା ପାଇଁ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଶେଷରେ ଉଚ୍ଚମାଧ୍ୟମିକ ସ୍କୁଲ ଗୁଡ଼ିକରେ ସିଟ୍ ବୃଦ୍ଧି କରିବାକୁ ବିଭାଗ ନିଷ୍ପତ୍ତି ନେଇଛି।

Advertisment

ମାଟ୍ରିକ୍ ପରୀ‍କ୍ଷାଫଳକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ତେବେ ରାଜ୍ୟବ୍ୟପୀ ପିଲାଙ୍କ ଅସନ୍ତୋଷ ଦେଖିବା ପରେ ବିକଳ୍ପ ଅଫଲାଇନ୍ ପରୀକ୍ଷା ପାଇଁ ବୋର୍ଡ ଘୋଷଣା କରିଥିଲା। ଯଦି ଅସନ୍ତୁଷ୍ଟ ଅଛ, ପରୀକ୍ଷା ଦିଅ, ମାର୍କ ନିଅ ବୋଲି ବୋର୍ଡ କର୍ତ୍ତୃପ‍କ୍ଷ ସ୍ପଷ୍ଟ କରିଥିଲେ।

Advertisment
CHSE Odisha Matric Exam Odisha Higher Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ