Advertisment

Knee‑Deep in Water: ବାଜିରେ ଲାଗିଛି ଜୀବନ; ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ...

ଅଧିକ ବର୍ଷା ହେଲେ ସ୍କୁଲ ଯାଇ ପାରୁ ନାହାନ୍ତି ଛାତ୍ରଛାତ୍ରୀ। ନଦୀରେ ପୋଲ ନିର୍ମାଣ ପାଇଁ ବହୁବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁନି।

ଅଦ୍ୟତନ ହୋଇଛି
Children Studying in River at Rajakhama Village Gajapati

Children Studying in River at Rajakhama Village Gajapati

Advertisment

ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ l ଏମିତି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ରାଜଖମା ଗାଁରେ। ଗାଁ ନିକଟରେ ଥିବା ଗଦାପୁର ନଦୀର ଅପର ପାର୍ଶ୍ୱରେ ସ୍କୁଲ୍ ରହିଛି l ସ୍କୁଲ ଯିବା ପାଇଁ ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି। 

Advertisment

ଏପରିକି ଅଧିକ ବର୍ଷା ହେଲେ ସ୍କୁଲ ଯାଇ ପାରୁ ନାହାନ୍ତି ଛାତ୍ରଛାତ୍ରୀ। ନଦୀରେ ପୋଲ ନିର୍ମାଣ ପାଇଁ ବହୁବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁନି। ଫଳରେ ବର୍ଷା ଦିନରେ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ l

ଅଧିକ ପଢନ୍ତୁ: ଲଗାଣ ବର୍ଷାରେ ସ୍ଥିତି ବେହାଲ, ଦୁଇ ଜିଲ୍ଲାରେ ହୋଇପାରେ ବଡ଼ ବନ୍ୟା

ଏପଟେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଛି। ପ୍ରବଳ ବର୍ଷା ଆଶଙ୍କାକୁ ଦେଖି ଆଜି ମୟୂରଭଞ୍ଜରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆଜି ପାଇଁ ଛୁଟି ଘୋଷଣା କରିଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ। ଏହାବ୍ୟତୀତ ଜିଲ୍ଲାରେ ୩ ଦିନ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର। ପ୍ରବଳ ବର୍ଷା ଆଶଙ୍କାକୁ ଦେଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

Advertisment

ସୂଚନାଯୋଗ୍ୟ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ଯୋଗୁଁ ୫ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ୩ ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ଫୁଲୁଥିବା ବେଳେ ରାଜଘାଟରେ ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ।

ସୁବର୍ଣ୍ଣରେଖା ସତର୍କ ସଙ୍କେତ ୯.୪୫ମିଟର ଥିବା ବେଳେ ଏବେ ୯.୫୦ ମିଟରରେ ପ୍ରବାହିତ ହେଉଛି ବନ୍ୟା ଜଳ। ବାଲେଶ୍ବର ଜିଲ୍ଲା ବସ୍ତା ସମେତ ବିଭିନ୍ନ ନଦୀ ତଳିଆ ଅଞ୍ଚଳରେ ବଢ଼ିବାରେ ଲାଗିଛି ପାଣି। ବନ୍ୟା ଆଶଙ୍କାକୁ ଦେଖି ସତର୍କ ରହିବା ପାଇଁ ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଜଳ ସମ୍ପଦ ବିଭାଗ। ସୁରକ୍ଷିତ ସ୍ଥାନାନ୍ତର ସହ ରିଲିଫ୍ କାର୍ଯ୍ୟ ମନିଟର କରିବାକୁ ଜଳସଂପଦ ବିଭାଗ ନିର୍ଦ୍ଦେଶ ଦେଇଛି।

Advertisment
Children
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ