Advertisment

Kendriya Vidyalaya: କେନ୍ଦ୍ରୀୟ ବିଦ୍ୟାଳୟ ମାସେ ହେଲା ବନ୍ଦ, ଅନ୍‌ଲାଇନ୍‌ରେ ଚାଲିଛି ପାଠପଢ଼ା

ନୂତନ ଗୃହରେ କ୍ଲାସ ହେବା କହି ପ୍ରିନ୍ସିପାଲ ଏଠାରୁ ସମସ୍ତ ଆସବାବ ପତ୍ର ନୂତନ ସ୍କୁଲଗୃହକୁ ନେଇଯାଇ ଏଠାରେ ସ୍କୁଲ ବନ୍ଦକରି ଅନ ଲାଇନ ମାଧ୍ୟମରେ କ୍ଲାସ ଚଳାଇଛନ୍ତି। ସ୍କୁଲ ବନ୍ଦ କରିବାର କାରଣ ମଧ୍ୟ କହୁ ନାହାନ୍ତି। ଯାହା ଫଳରେ ପିଲାମାନେ ପାଠ ଠିକରେ ବୁଝିପାରୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହେଇ ଯାଉଛି। କିଭଳି ଶୀଘ୍ର ସ୍କୁଲ ଖୋଲିବ ସେ ନେଇ ସେମାନେ ଜିଲ୍ଲାପାଳ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଅଦ୍ୟତନ ହୋଇଛି
ମାସେ ହେଲା କେନ୍ଦ୍ରିୟ ବିଦ୍ୟାଳୟ ବନ୍ଦ

ମାସେ ହେଲା କେନ୍ଦ୍ରିୟ ବିଦ୍ୟାଳୟ ବନ୍ଦ

Advertisment

ବାଲେଶ୍ଵର କେନ୍ଦ୍ରୀୟ ବିଦ୍ୟାଳୟ 2ର ପିଲା ଓ ଅଭିଭାବକ ମାନେ ଏବେ ଆଶଙ୍କାରେ। ଏକମାସ ଧରି ସ୍କୁଲ ଖୋଲୁ ନଥିବାରୁ ପିଲାମାନେ ଅନ ଲାଇନ ଜରିଆରେ କ୍ଲାସ କରୁଛନ୍ତି। ତେବେ ନେଟୱର୍କ ସମସ୍ୟା ପାଇଁ ପାଠ ବୁଝି ହେଉନଥିବା ଅଭିଯୋଗ ହୋଇଛି। ଫଳରେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ। କେବେ ସ୍କୁଲ ଖୋଲିବ ଓ ଅଫ ଲାଇନରେ ପିଲାମାନେ ପାଠ ପଢ଼ିବେ, ସେଇ ଚିନ୍ତାରେ ଅଭିଭାବକ। ଅନ୍ୟପଟେ ଖୁବଶୀଘ୍ର ଅଫ ଲାଇନ କ୍ଲାସ ଆରମ୍ଭ ହେବ ହେବ ଜିଲ୍ଲାପାଳ କହିଛନ୍ତି।

Advertisment

ବାଲେଶ୍ଵର ଗଣେଶ୍ୱରପୁର ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଚାଲୁଥିଲା ବାଲେଶ୍ଵର କେନ୍ଦ୍ରୀୟ ବିଦ୍ୟାଳୟ 2। ହେଲେ ଆଜକୁ ମାସେ ହେବ ଏଠାରେ ଆଉ କ୍ଲାସ ହେଉନାହିଁ କି ପିଲାମାନେ ଆଉ ସ୍କୁଲ ଆସୁନାହାନ୍ତି। ସ୍କୁଲ ଗେଟରେ ଏବେ ତାଲା ଝୁଲୁଛି। ପିଲାମାନେ ଅନ ଲାଇନରେ ପାଠ ପଢୁଛନ୍ତି। ଫଳରେ ସେମାନେ ବାକିଥିବା ପାଠ ସାରିପାରୁ ନାହାନ୍ତି କି ଅନ ଲାଇନ କ୍ଲାସରୁ ପାଠ ଠିକରେ ବୁଝିପାରୁ ନାହାନ୍ତି। ଆଉ ଏହାର ବାଧକ ସାଜୁଛି ନେଟୱର୍କ। ଅଭିଭାବକ ମାନଙ୍କ କହିବା କଥା କେନ୍ଦ୍ରୀୟ ବିଦ୍ୟାଳୟ 2ର ନୂତନ ସ୍କୁଲ ଗୃହ ଛଣପୁରଠାରେ ହେଉଛି। ନୂତନ ଗୃହରେ କ୍ଲାସ ହେବ କହି ପ୍ରିନ୍ସିପାଲ ଏଠାରୁ ସମସ୍ତ ଆସବାବ ପତ୍ର ନୂତନ ସ୍କୁଲ ଗୃହକୁ ନେଇଯାଇ ଏଠାରେ ସ୍କୁଲ ବନ୍ଦକରି ଅନ ଲାଇନ ମାଧ୍ୟମରେ କ୍ଲାସ ଚଳାଇଛନ୍ତି। ସ୍କୁଲ ବନ୍ଦ କରିବାର କାରଣ ମଧ୍ୟ କହୁ ନାହାନ୍ତି। କିଭଳି ଶୀଘ୍ର ସ୍କୁଲ ଖୋଲିବ ସେ ନେଇ ଅଭଭାବକମାନେ ଜିଲ୍ଲାପାଳ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ନୂତନ ସ୍କୁଲ ଗୃହ ଉପରେ ନଜର ପକାଇଲେ ଆପଣ ଜାଣିପାରିବେ। ଚକାଚକ୍ ବିଲ୍ଡିଂ ସାଙ୍ଗକୁ ବିରାଟ ଗେଟରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ 2 ଲେଖାଯାଇଛି। ସ୍କୁଲ ଦୁଆର ଆଗରେ ବେଞ୍ଚ ଟେବୁଲ ମଧ୍ୟ ଗଦା ହୋଇଛି। ସ୍କୁଲରେ ଶିକ୍ଷୟତ୍ରୀ ମାନେ ମଧ୍ୟ ଅଛନ୍ତି ହେଲେ ପିଲା ନାହାନ୍ତି କି ଏଠାରେ ମଧ୍ୟ କ୍ଲାସ ଆରମ୍ଭ ହୋଇନାହିଁ। ଏ ନେଇ ଆମେ ଜଣେ ଶିକ୍ଷୟତ୍ରୀଙ୍କୁ କାହିଁକି ସ୍କୁଲ ବନ୍ଦ ଅଛି ବୋଲି ପଚାରିଥିଲୁ। ତାଙ୍କ କହିବା କଥା ନୂଆ ସ୍କୁଲ୍‌କୁ ଆସିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସ୍କୁଲ୍ ଉଦ୍‌ଘାଟନ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ଅନ୍‌ଲାଇନ୍‌ରେ କ୍ଲାସ୍ ଚାଲିଛି।ଏ ନେଇ ଆମେ ବାଲେଶ୍ଵର ଜିଲ୍ଲାପାଳଙ୍କୁ ମଧ୍ୟ ପଚାରିଥିଲୁ। ଜିଲ୍ଲାପାଳଙ୍କ କହିବା କଥା ପିଲାମାନଙ୍କ ପାଠ ପଢାରେ ଯେପରି କୌଣସି ଅସୁବିଧା ନ ହୁଏ ସେ ନେଇ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ କହିବା ସହ ଖୁବ ଶିଘ୍ର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଗୃହରେ କ୍ଲାସ ହେବ ବୋଲି ସୂଚନା ଦେଇଛନ୍ତି।

Advertisment

ଆଗକୁ ଦଶମ ଶ୍ରେଣୀ ପରୀକ୍ଷା ସାଙ୍ଗକୁ ଅନ ଲାଇନ କ୍ଲାସରେ ନେଟୱର୍କ ବାଧକ ସାଜୁଥିବା ବେଳେ ପିଲାମାନଙ୍କ ସମସ୍ୟା କେବେ ଦୂର ହେଉଛି ତାକୁ ସମସ୍ତଙ୍କର ଅପେକ୍ଷା।

(ବାଲେଶ୍ଵରରୁ କ୍ୟାମେରା ପର୍ସନ ଅବିନାଶ ଠାକୁରଙ୍କ ସହ ପ୍ରକାଶ ମହାନ୍ତିଙ୍କ ରିପୋର୍ଟ)

Advertisment
Baleswar Kendriya Vidyalaya Pre-Board Exams Online
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ