Advertisment

ଜୁଲାଇ ୨୦ରୁ JEE ମେନ୍ ପରୀକ୍ଷା

ଜୁଲାଇ ୨୦ରୁ ହେବ JEE ମେନ୍ ପରୀକ୍ଷା । ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ JEE ମେନ୍ ସେସନ୍- ୩ ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ JEE ମେନ୍ ସେସନ୍-୪ ପରୀକ୍ଷା  ।

 ଜୁଲାଇ ୨୦ରୁ JEE ମେନ୍ ପରୀକ୍ଷା  

Ramesh Pokhriyal Nishank

Advertisment

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ହେବ JEE ମେନ୍ ପରୀକ୍ଷା । ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ JEE ମେନ୍ ସେସନ୍- ୩ ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ JEE ମେନ୍ ସେସନ୍-୪ ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏନେଇ ସୂଚନା ଦେଇଛନ୍ତି ।  ପୂର୍ବରୁ ଆବେଦନ କରିପାରି ନ ଥିବା ଛାତ୍ରଛାତ୍ରୀ ବର୍ତ୍ତମାନ ରେଜିଷ୍ଟ୍ରେସନ କରିପାରିବେ ।

Advertisment

Jeemain.nta.nic.inରେ ଯାଇ ଛାତ୍ରଛାତ୍ରୀ ଆବେଦନ କରିପାରିବେ  । JEE ମେନ୍ ସେସନ୍- ୩ ପରୀକ୍ଷା ପାଇଁ ଜୁଲାଇ ୮ ତାରିଖ ଯାଏଁ ଆବେଦନ କରିହେବ । ସେହିପରି JEE ମେନ୍ ସେସନ୍-୪ ପାଇଁ ଆବେଦନର ତାରିଖ ଜୁଲାଇ ୯ରୁ ୧୨ ଯାଏଁ ରହିଛି  । ଏଥର ପରୀକ୍ଷାର୍ଥୀ ସେମାନଙ୍କ ସେଣ୍ଟର ବଦଳାଇବାକୁ ସୁଯୋଗ ପାଇବେ ।  ବର୍ତ୍ତମାନ ଯାଏଁ JEE ମେନ୍ ସେସନ୍- ୩ ପାଇଁ ୬ ଲକ୍ଷ ୮୦ ହଜାର ଏବଂ ସେସନ୍-୪ ପାଇଁ ୬ ଲକ୍ଷ ୯ ହଜାର ଛାତ୍ରଛାତ୍ରୀ ଆବେଦନ କରିସାରିଛନ୍ତି।  

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲରେ ହେବାକୁ ଥିବା ସେସନ୍- ୩  ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା ଯାହା ଜୁଲାଇ ୨୦ରୁ ୨୫ ମଧ୍ୟରେ ହେବ । ସେହିପରି ମେ’ ରେ ହେବାକୁ ଥିବା ସେସନ୍-୪ ପରୀକ୍ଷା ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ। 

Advertisment

ସୂଚନାଥାଉ କି, ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷାବର୍ଷରୁ ବର୍ଷକେ ୪ ଥର ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୋଭିଡ-୧୯ର ଦ୍ୱିତୀୟ ଲହରକୁ ମୁକାବିଲା କରୁଥିବା ସମୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ନମ୍ବର ରଖିବା ଲାଗି ସୁଯୋଗ ଦେବା ଉଦ୍ଦେଶ୍ୟରେ  ଏପରି ବ୍ୟବସ୍ଥା କରାଯାଇଛି। 

Advertisment

ଛାତ୍ରଛାତ୍ରୀଙ୍କୁ ତାଙ୍କ ନିକଟତର ସହର ତଥା କେନ୍ଦ୍ରରେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ। ଏଥିସହିତ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।  ଛାତ୍ରଛାତ୍ରୀଙ୍କୁ ତାଙ୍କ ନିକଟତର ସହର ତଥା କେନ୍ଦ୍ରରେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ। ଏଥିସହିତ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। କୋଭିଡ କଟକଣା ମଧ୍ୟରେ ପରୀକ୍ଷା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ କହିଛନ୍ତି। ମନ୍ତ୍ରାଳୟର ଅଧିକାରୀ ଏବଂ ନାଶନାଲ ଟେଷ୍ଟିଙ୍ଗ ଏଜେନ୍ସି(NTA) ବୈଠକରେ ଆଲୋଚନା ପରେ ଏହି ତାରିଖ ଧାର୍ଯ୍ୟ କରାଯାଇଛି। ତେବେ NEET 2021 କେବେ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

Ramesh Pokhriyal Nishank India JointEntranceExamination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ