Advertisment

JEE ମେନ୍‌ ରେଜଲ୍ଟ ପ୍ରକାଶ: ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିବେ, ସେମାନେ ସେମାନଙ୍କର ରେଜଲ୍ଟ କେମିତି ଜାଣିବେ....

ଅଦ୍ୟତନ ହୋଇଛି
JEE Main Result 2023

JEE Main Result

Advertisment

ପ୍ରକାଶ ପାଇଲା JEE(Main) ରେଜଲ୍ଟ। ୯୯.୯୮ ପର୍ସେଣ୍ଟାଇଲ ସହ ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA JEE Main ୨୦୨୩ ସେସନ-୨ ରେଜଲ୍ଟ ପ୍ରକାଶ କରିଛି। ଟପ୍‌ ରାଙ୍କ୍‌ର ୨.୫ ଲକ୍ଷ ପରୀକ୍ଷାର୍ଥୀ JEE (ଆଡ୍‌ଭାନ୍ସଡ୍‌)କୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିବେ, ସେମାନେ ସେମାନଙ୍କ ରେଜଲ୍ଟ ଅଫିସିଆଲ ୱେବ୍‌ସାଇଟ୍‌ jeemain.nta.nic.in କୁ ଯାଇ ଚେକ୍‌ କରିପାରିବେ।

Advertisment

ଏହି ଫଳ nta.ac.in ରେ ମଧ୍ୟ ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିଲ୍ଲୀ ସରକାରୀ ସ୍କୁଲର ଅସ୍ତିକ ନାରାୟଣ ଜେଇ ମେନ୍‌ରେ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ପାଇଁ ଗର୍ବିତ ବୋଲି ସେ କହିଛନ୍ତି। 

Advertisment


JEE Mains Result 2023 for Session 2: କେମିତି ଚେକ୍‌ କରିବେ-

  •  jeemain.nta.nic.in କୁ ଲଗ ଇନ୍‌ କରି NTA JEEର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇପାରିବେ 
  • JEE Mains Result 2023 for Session 2 linkରେ କ୍ଲିକ୍‌ କରନ୍ତୁ
  • ଏହାପରେ ଏକ ନୂଆ ପେଜ୍‌ ଖୋଲିବ, ଯେଉଁଥିରେ ପରୀକ୍ଷାର୍ଥୀ ତାଙ୍କର ଡିଟେଲ୍ସ ଦେବେ
  • Submit ଉପରେ କ୍ଲିକ୍‌ କରନ୍ତୁ ଓ ରେଜଲ୍ଟ ଚାଲିଆସିବ
  • ଚାହିଁଲେ ରେଜଲ୍ଟକୁ ଡାଉନଲୋଡ୍‌ କରିପାରିବେ।
NTA JEE Main JEE Main Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ