Advertisment

ଏମିତି ଆମ ଶିକ୍ଷା ବ୍ୟବସ୍ଥା ! ଗୋଟିଏ ଶ୍ରେଣୀରେ ଦୁଇ ଶିକ୍ଷକ, ଏକ ବ୍ଲାକ୍‌ବୋର୍ଡ...

ଏଠି ୧୦ଟି ଶ୍ରେଣୀର ପିଲା ପଢ଼ୁଛନ୍ତି, ହେଲେ ସେମାନଙ୍କ ପାଇଁ ଆଛି ମାତ୍ର ୨ଟି ଶ୍ରେଣୀ ଗୃହ। ପରିସ୍ଥିତି ଏମିତି ହୋଇଛିଯେ, ଅଫିସ୍ ଘରେ ବି ଚାଲିଛି ପାଠପଢ଼ା।

ଅଦ୍ୟତନ ହୋଇଛି
Education System

Education System

Advertisment

ବ୍ଲାକ୍‌ବୋର୍ଡ ଗୋଟିଏ । ଗୋଟିଏ ଫାଳରେ ଜଣେ ଶିକ୍ଷକ ପଢ଼ଉଛନ୍ତି ତ ଆର ଫାଳକରେ ଆଉ ଜଣେ ଶିକ୍ଷକ ପଢ଼ଉଛନ୍ତି। ଭିତରେ ପୁଣି ବସିଛନ୍ତି ୩ଟି ଶ୍ରେଣୀର ପିଲା। ବ୍ଲାକ୍‌ବୋର୍ଡକୁ ଭାଗ ଭାଗ କରି ଦୁଇଜଣ ଶିକ୍ଷକ ୨ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ଉଛନ୍ତି। ଆଉ ବାକି ଗୋଟିଏ ଶ୍ରେଣୀର ପିଲା ଚୁପ୍‌ଚାପ୍ ବସିରହୁଛନ୍ତି।

Advertisment

ଦର୍ଶକ ବନ୍ଧୁ, ଏ ଦୃଶ୍ୟକୁ ଟିକେ ଭଲ ଭାବେ ଦେଖନ୍ତୁ। ଇଏ ହଉଚି ଆମର ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା। । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଇଲାକା କସବସା ସରକାରୀ ହାଇସ୍କୁଲରେ ଏମିତି ଦୃଶ୍ୟ ନିତି ଦିନିଆ। ଏଠି ୧୦ଟି ଶ୍ରେଣୀର ପିଲା ପଢ଼ୁଛନ୍ତି, ହେଲେ ସେମାନଙ୍କ ପାଇଁ ଆଛି ମାତ୍ର ୨ଟି ଶ୍ରେଣୀ ଗୃହ। ପରିସ୍ଥିତି ଏମିତି ହୋଇଛିଯେ, ଅଫିସ୍ ଘରେ ବି ଚାଲିଛି ପାଠପଢ଼ା।

ବଡ଼ ପିଲାମାନେ ୨ଟି କ୍ଲାସ୍‌ରେ ଖୁନ୍ଦା ଖୁନ୍ଦି ହୋଇ ବସୁଥିବା ବେଳେ ପ୍ରଥମରୁ ତୃତୀୟ ଶ୍ରେଣୀର ପିଲା ବାରଣ୍ଡାରେ ବସି ପାଠପଢ଼ୁଛନ୍ତି। ବାହାରେ ଏବେ ଥଣ୍ଡା ପଡୁଥିବା ବେଳେ ଛୋଟ ପିଲାଙ୍କ ପାଖରେ ଆଉ ଉପାୟ ନାହିଁ। ଶୀତ କାକରରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏମିତି ସ୍ଥିତିରେ ପିଲାମାନେ ପାଠ ପଢ଼ିବାକୁ ଆସିବାକୁ ରାଜି ହେଉନାହାଁନ୍ତି।

Advertisment

ସ୍କୁଲ୍‌ର ଏଭଳି ଅଭାବନୀୟ ସ୍ଥିତି ବାବଦରେ ଦାରିଙ୍ଗବାଡ଼ି ବିଡିଓଙ୍କୁ ପଚାରିବାରୁ ସେ ଏ ବାବଦରେ ଅବଗତ ଥିବା କହିଛନ୍ତି। ୫ଟି ଯୋଜନାରେ ଆବଶ୍ୟକ ଶ୍ରେଣୀଗୃହ ତିଆରି ଲାଗି ୬୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏନେଇ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି। ଖୁବ୍ ଶୀଘ୍ର ଆବଶ୍ୟକ ଶ୍ରେଣୀଗୃହ ଯୋଗାଇଦିଆଯିବ ବୋଲି ବିଡିଓ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ନେଡ଼ିଗୁଡ଼ କହୁଣୀକୁ ବୋହିବା ପୂର୍ବରୁ ନିର୍ମାଣ କାର୍ଯ୍ୟ କାହିଁକି କରାଗଲାନି। ଏବେ ସ୍କୁଲ୍‌ରେ ଯେଭଳି ଦୟନୀୟ ସ୍ଥିତି ଉପୁଜିଛି ସେଥିପାଇଁ କାହାକୁ ଦାୟୀ କରାଯିବ। ତେବେ ସେ ଯାହା ହେଉନା କାହିଁକି, କେବେ ନୂଆ ଘର ନିର୍ମାଣ ହେଉଛି ଏବଂ ପିଲାଙ୍କ ପାଠପଢ଼ା ବ୍ୟବସ୍ଥିତ ହେଉଛି, ତାହା ଦେଖିବାକୁ ବାକି ରହିଲା।

Advertisment
School Education System
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ