Advertisment

G-7 ଶିଖର ସମ୍ମିଳନୀରେ ବାଇଡେନ୍‌ଙ୍କୁ ଭେଟିଲେ ମୋଦି

ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଲେ ।

Narendra Modi

Narendra Modi

Advertisment

ଇଟାଲି ଜି-ସେଭେନ୍ ଶିଖର ସମ୍ମିଳନୀରେ ଯୋଗ ଦେଇ ବିଶ୍ବ ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି , ବ୍ରିଟେନ୍ ପ୍ରଧାନମନ୍ତ୍ରୀ ୠଷି ସୁନକ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ, ଜାତିସଂଘ ମୁଖ୍ୟ ଓ ଭାଟିକାନ୍ ସିଟି ପୋପ୍ ଫ୍ରାନ୍ସିସ୍ ପ୍ରମୁଖଙ୍କୁ ଭେଟିଛନ୍ତି ମୋଦି।

Advertisment

ଗ୍ଲୋବାଲ ସାଉଥ୍ ସମସ୍ୟା ଏବଂ ସେଠାରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ନେଇ ପୁଣି ବିଶ୍ୱନେତାଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି। ଗ୍ଲୋବାଲ ସାଉଥ୍ ବା ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ଅନେକ ପଛୁଆ, ବିକାଶଶୀଳ ରାଷ୍ଟ୍ର ଏବେ ଅନିଶ୍ଚିତତା ଏବଂ ଉତ୍ତେଜନା ମଧ୍ୟରେ ଗତି କରୁଥିବାରୁ ଚିନ୍ତା ପ୍ରକଟ କରିଛି ଭାରତ। ପ୍ରବାସୀଙ୍କ ସମସ୍ୟା, ମାନବ ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବା ଏବଂ କାମଧନ୍ଦା ଉଦ୍ଦେଶ୍ୟରେ ଯେଉଁ ଦେଶର ଲୋକମାନେ ବିପଦପୂର୍ଣ୍ଣ ବିଦେଶ ଯାତ୍ରା କରୁଛନ୍ତି ସେ ଦେଶରେ ନିବେଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ସେହିପରି ଇଣ୍ଡୋ-ପାସିଫିକ୍ ଏବଂ ଇକୋନମିକ ସିକ୍ୟୁରିଟି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟ ସାଗର ଅଂଚଳରେ ସହଯୋଗ ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ ସେ ଭାରତ ଆସିବା ଲାଗି ପୋପ୍ ଫ୍ରାନ୍ସିସଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି।

Advertisment

BJP G7 Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ