+2 ରେ ଏଥର ବି ହେବ ତ୍ରୈମାସିକ ପରୀକ୍ଷା

୨୦୨୨-୨୩ରେ ପ୍ଲସ୍ ଟୁ କ୍ୱାଟର୍‌ଲି ପରୀକ୍ଷା । CHSE କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ  ।

Plus Two Exam

ଏଥର ମଧ୍ୟ ପ୍ଲସ୍ ଟୁରେ ହେବ ତ୍ରୈମାସିକ ପରୀକ୍ଷା । ୨୦୨୨-୨୩ ଶିକ୍ଷା ବର୍ଷରେ ପ୍ଲସ୍ ଟୁ ପିଲାଙ୍କୁ ଦେବାକୁ ପଡ଼ିବ ତ୍ରୟମାସିକ ପରୀକ୍ଷା । ଏହି ପରୀକ୍ଷା ପାଇଁ ଦରକାର ମୁତାବକ ପଦକ୍ଷେପ ନେବା ପାଇଁ CHSE ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ ।

ଥିଓରି ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କର ପରୀକ୍ଷା ହେବ । ଜୁନ ୧୮ରୁ କଲେଜ ଖୋଲିଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇନଥିଲା ଯେ, ତ୍ରୈମାସିକ ପରୀକ୍ଷା ହେବ ନା ନାହିଁ । ଏବେ ପରିଷଦ ପକ୍ଷରୁ ତାହା ସ୍ପଷ୍ଟ କରାଯାଇଛି, କ୍ୱାଟର୍ ଏଣ୍ଡ ପରୀକ୍ଷା ହେବ । CHSE ପକ୍ଷରୁ ପରେ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି । କରୋନା ସମୟରେ ବୋର୍ଡ ପରୀକ୍ଷା ହୋଇନପାରିବାରୁ ୨୦୨୦ରେ ମୂଲ୍ୟାୟନରେ ସମସ୍ୟା ହୋଇଥିଲା ।  ତେଣୁ ପରେ କ୍ୱାଟର୍‌ଲି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।