Advertisment

ଆସନ୍ତାକାଲି ପ୍ରକାଶ ପାଇବ  ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଫଳ

ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଏ ନେଇ କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ (CISCE) ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
ଆସନ୍ତାକାଲି ପ୍ରକାଶ ପାଇବ  ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଫଳ

icse, isc result 2021 to be released

Advertisment

ନୂଆଦିଲ୍ଲୀ:  ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଏ ନେଇ କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ (CISCE) ପକ୍ଷରୁ ସୂଚନା ଦିଆଯାଇଛି। କାଲି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ CISCE ପକ୍ଷରୁ କୁହାଯାଇଛି।  CISCE ପକ୍ଷରୁ କୁହାଯାଇଛି, ICSE ଏବଂ ISC ପରୀକ୍ଷା -୨୦୨୧ର ଫଳାଫଳ ଅଫିସିଆଲ ୱେବସାଇଟରୁ ମିଳିପାରିବ । ନଚେତ ଛାତ୍ରଛାତ୍ରୀମାନେ  SMS ମାଧ୍ୟମରେ ପାଇପାରିବେ ବୋଲି କାଉନସିଲ ପକ୍ଷରୁ ଜାରି ଏକ ନୋଟିସରେ କୁହାଯାଇଛି।

Advertisment

କାଉନସିଲ ଅଫିସିଆଲ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀମାନଆ ରେଜଲ୍ଟ ଚେକ କରିପାରିବେ। ସ୍କୁଲମାନଙ୍କ ପାଇଁ କ୍ୟାରିୟାର ପୋର୍ଟାଲରେ ଟାବୁଲେଶନ ରେଜିଷ୍ଟର ଉପଲବ୍ଧ ହେବ। ସ୍କୁଲଗୁଡି କାଉନ୍‌ସିଲ୍‌ର କ୍ୟାରିୟର ପୋର୍ଟାଲ ଲଗ୍‌ ଇନ୍ କରି  ପ୍ରିନ୍ସିପାଲ୍‌ଙ୍କ ଲଗ୍‌ ଇନ୍‌ ଆଇଡି ଏବଂ ପାସୱାର୍ଡ ମାରି ରେଜଲ୍ଟ ପାଇପାରିବେ।

ସୂଚନାଥାଉ କି, ଚଳିତବର୍ଷ କୋଭିଡ ମହାମାରୀର ୨ୟ ଲହରକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା କାଉନସିଲ୍‌। ନିର୍ଦ୍ଦିଷ୍ଟ ଗାଇଡଲାଇନ ଅନୁଯାୟୀ ପରୀକ୍ଷା ଫଳ ପ୍ରସ୍ତୁତ କରାଯାଇଥିଲା।  ବିନା ପରୀକ୍ଷାରେ ଫଳାଫଳ କ’ଣ ହେବ ଜାଣିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ଅନ୍ୟପକ୍ଷେ ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଜୁଲାଇ  ୨୦ ତାରିଖ ପରୀକ୍ଷା ଫଳ ଘୋଷଣା କରିବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଥିଲେ ହେଁ ଏ ଯାଏ ପ୍ରକାଶ ପାଇ ନାହିଁ। 

Advertisment
ICSE Class 10 Results CICSE Board Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ