Advertisment

ଆଜିଠୁ ICSE ଦଶମ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଉଛି ICSE ଦଶମ ସେମିଷ୍ଟର ୨ ପରୀକ୍ଷା। ଦିନ ୧୧ ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ।

author-image
Rajalaxmi Sahoo
ICSE 10th Exam 2022

ICSE 10th Exam 2022

ଆଜିଠାରୁ ଆରମ୍ଭ ହେଉଛି ICSE ଦଶମ ସେମିଷ୍ଟର ୨ ପରୀକ୍ଷା। ଦିନ ୧୧ ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଇଂରାଜୀ ଭାଷାରେ ପରୀକ୍ଷା ହେବ। ମେ’ ୨୩ ଯାଏ ପରୀକ୍ଷା ଚାଲିବ।

Advertisment

କୋଭିଡ୍‌ ଗାଇଡ୍‌ଲାଇନ୍ସ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ଟିକାକରଣ ପ୍ରମାଣପତ୍ର ଦେଖାଇବେ। ଏହାସହ ମାସ୍କ ଓ ସାନିଟାଇଜେସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। 

ପ୍ରଶ୍ନପତ୍ର ପଢ଼ିବା ଲାଗି ୧୦ ମିନଟ୍ ସମୟ ଦିଆଯିବା ବେଳେ ଉତ୍ତର ଲେଖିବା ଲାଗି ୧ ଘଣ୍ଟା ୩୦ ମିନଟ୍ ସମୟ ଦିଆଯିବ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ୨ଟି ସେମିଷ୍ଟରରେ ପରୀକ୍ଷା କରାଯାଉଛି।  

Advertisment
ICSE Exam Date ICSE 10th Exam ICSE 10th Exam 2022
Advertisment
Advertisment