Advertisment

ଓଡ଼ିଶାର ICSE ଦଶମରେ ପାସ୍ ହାର ରହିଛି  ୯୯.୦୮ ପ୍ରତିଶତ

ଝିଅଙ୍କ ପାସ୍ ହାର ୯୮.୯୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୮.୮୫ ।

ଅଦ୍ୟତନ ହୋଇଛି
icse 10th result 2024 Out now

ICSE Result

Advertisment

ପ୍ରକାଶ ପାଇଲା ICSE ଦ୍ୱାଦଶ ଓ ଦଶମ ରେଜଲ୍ଟ । ଓଡ଼ିଶାର ICSE ଦଶମରେ ପାସ୍ ହାର ରହି ୯୯.୦୮ ପ୍ରତିଶତ । ୮ ହଜାର ୭୩୯ ପିଲା ପରୀକ୍ଷା ଦେଇଥିବା ବେଳେ ୯୦ ଜଣ ଫେଲ୍ ହୋଇଛନ୍ତି । ISCE ଦଶମରେ ବାଜି ମାରିଛନ୍ତି ଝିଅ। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । 

Advertisment

ସେହିପରି ISC ଦ୍ୱାଦଶରେ ପାସ୍ ହାର ରହିଛି ୯୮.୯ ପ୍ରତିଶତ । ୧ ହଜାର ୭୨୬ ଜଣ ପରୀକ୍ଷା ଦେଇଥିବା ବେଳେ ଫେଲ ହୋଇଛନ୍ତି ମାତ୍ର ୧୯ ଜଣ । ଏଥିରେ ମଧ୍ୟ ଝିଅଙ୍କ ପାସ୍ ହାର ୯୮.୯୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୮.୮୫ ।

ଛାତ୍ରଛାତ୍ରୀମାନେ cisce.org ଏବଂ results.cisce.org ୱେବସାଇଟରେ ନିଜ ପରୀକ୍ଷାଫଳ ଦେଖିପାରିବେ। ଏନେଇ ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।

Advertisment


Advertisment

— ANI (@ANI) May 6, 2024

ତେବେ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ରିଚେକିଂ ଏବଂ ପୁନଃ ମୂଲ୍ୟାଙ୍କନ କରିବାକୁ ଆବେଦନ କରିପାରିବେ। ଗୋଟିଏ ବିଷୟରେ ରିଚେକିଂ ପାଇଁ ହଜାରେ ଏବଂ ପୁନଃ ମୂଲ୍ୟାଙ୍କନ ପାଇଁ ୧୫ଶହ ଟଙ୍କା ରହିଛି। ଆଜିଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ରିଚେକିଂ ପାଇଁ ଆବେଦନ କରିପାରିବେ। ୪ ସପ୍ତାହ ମଧ୍ୟରେ ତାର ରେକଲ୍ଟ ପ୍ରକାଶ ପାଇବ। ସେହିପରି ପୁନଃ ମୂଲ୍ୟାଙ୍କନ ପାଇଁ ରେଜଲ୍ଟ ପ୍ରକାଶ ପରିବାର ୨୪ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡ଼ିବ ବୋଲି ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।

ICSE Results Declared
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ