Advertisment

ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ

ଏପ୍ରିଲ ୧୬ରେ ସିଆଇଏସ୍‌ସିଇ ଆଇସିଏସ୍‌ଇ ୧୦ମ ଓ ଆଇଏସ୍‌ସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଇସିଏସ୍‌ଇ ୧୦ମ ବୋର୍ଡ ଓ ଦ୍ୱାଦଶ ପରୀକ୍ଷା ବାତିଲା କରିଥିଲା।

ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ

Icse students

Advertisment

ନୂଆଦିଲ୍ଲୀ: ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି। ଓଡ଼ିଶାରେ ଦଶମରେ ୯୯.୯୮%, ଦ୍ୱାଦଶରେ ୯୯.୮୩% ଉତ୍ତୀର୍ଣ୍ଣ ହୋଇଛନ୍ତି। କରୋନା ପାଇଁ ଏବର୍ଷ ପରୀକ୍ଷା ହୋଇନଥିଲା। କରୋନା ପାଇଁ ଗୋଟିଏ ପରେ ଗୋଟିଏ ପରୀକ୍ଷା ସ୍ଥଗିତ ଓ ବାତିଲ ହୋଇଥିଲ।

Advertisment

ଏହିକ୍ରମରେ ଗତ ଏପ୍ରିଲ ୧୬ରେ ସିଆଇଏସ୍‌ସିଇ ଆଇସିଏସ୍‌ଇ ୧୦ମ ଓ ଆଇଏସ୍‌ସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ଏହି ଦୁଇ କ୍ଲାସର ପରୀକ୍ଷା କେବେ ହେବ, ତା’ର ନିଷ୍ପତ୍ତି ଜୁନ୍‌ ପ୍ରଥମ ସପ୍ତାହରେ ନିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ ଏପ୍ରିଲ୍ ୨୦ ତାରିଖରେ ଆଇସିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା ବାତିଲା କରିଥିଲା।

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି CISCE ତା’ର ନିଷ୍ପତ୍ତି ବଦଳାଇଥିଲା। ICSE ଦଶମ ପରୀକ୍ଷା ବାତିଲ କରାଯାଇଥିଲେ ବି ଦ୍ୱାଦଶ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି କାଏମ ରହିଥିଲା। କିନ୍ତୁ ପରେ ବାତିଲ କରାଯାଇଥିଲା। 

Advertisment

ରାଜ୍ୟ(ଓଡ଼ିଶା) ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ ଗତ ଜୁନ୍ ୨୫ରେ ପ୍ରକାଶ ପାଇଥିଲା। କରୋନା ଯୋଗୁ ଏଥର ରାଜ୍ୟରେ ମଧ୍ୟ ମାଟ୍ରିକ୍ ପରୀକ୍ଷା ହୋଇପାରି ନଥିଲା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ପ୍ରକାଶ କରାଯାଇଥିଲା ଫଳ। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ।

India News Odisha News Student Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ