ପ୍ରକାଶ ପାଇଲା ICSE, ISC ରେଜଲ୍ଟ: ଓଡ଼ିଶାରୁ ପ୍ରିୟଙ୍କା ପରାସର, ବିଷ୍ଣୁ ଶତପଥୀ ଟପ୍ପର

ପିଲାମାନେ cisce.org ଓ results.cisce.org ସାଇଟରେ ରେଜଲ୍ଟ ଦେଖିପାରିବେ । ଡିଜିଲକର ଓ SMS ଜରିଆରେ ମଧ୍ୟ ରେଜଲ୍ଟ ଜାଣି ହେବ ।

ICSE Results

ପ୍ରକାଶ ପାଇଛି ଆସିଏସଇ ଦଶମ ଓ ଦ୍ବାଦଶ ରେଜଲ୍ଟ। ଦଶମରେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ । ଉଭୟେ ଯୁଗ୍ମ ଟପ୍ପର ହୋଇଛନ୍ତି। ସେମାନେ ରଖିଛନ୍ତି ୯୯ ଦଶମିକ ୪ ପ୍ରତିଶତ ମାର୍କ। ସେହିପରି ଆଇଏସସି ଦ୍ୱାଦଶରେ ଟପ୍ପର ହୋଇଛନ୍ତି ଦିଶା ଗୋଏଲ । ସେ ରଖିଛନ୍ତି ୯୮ ଦଶମିକ ଦୁଇ ଛଅ ପ୍ରତିଶତ ମାର୍କ।

ପିଲାମାନେ cisce.org ଓ results.cisce.org ସାଇଟରେ ରେଜଲ୍ଟ ଦେଖିପାରିବେ । ଡିଜିଲକର ଓ SMS ଜରିଆରେ ମଧ୍ୟ ରେଜଲ୍ଟ ଜାଣି ହେବ । ଏ ବର୍ଷ ପ୍ରାୟ ୨ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଥିଲେ। ICSE ଦଶମରେ ପାସ୍ ହାର ୯୮.୯୪% ରହିଛି।

ସେହିପରି ISC ଦ୍ବାଦଶରେ ପାସ୍ ହାର ୯୬.୯୩% ରହିଛି । ICSE ଦଶମରେ ୯ ଜଣ ପରୀକ୍ଷାର୍ଥୀ ୯୯.୮% ମାର୍କ ରଖି ମିଳିତ ଟପ୍ପର ହୋଇଥିବା ବେଳେ ISC ଦ୍ବାଦଶରେ ୫ ପରୀକ୍ଷାର୍ଥୀ ୯୯.୭୫% ମାର୍କ ସହ ମିଳିତ ଟପ୍ପର ହୋଇଛନ୍ତି।