Advertisment

ବିନା କୋଚିଂରେ କ୍ରାକ୍ କଲେ UPSC, ଦ୍ୱିତୀୟ ପ୍ରୟାସରେ ହେଲେ IAS ଟପର୍ !

ଜାଣନ୍ତୁ କିପରି ଥିଲା UPSC କ୍ରାକ୍ କରିବାର ଷ୍ଟ୍ରାଟେଜୀ ।

ଅଦ୍ୟତନ ହୋଇଛି
IAS Tejaswi Rana

IAS Tejaswi Rana

Advertisment

IAS ଅଧିକାରୀ ତେଜସ୍ୱୀ ରାଣା। ଯିଏକି ବିନା କୋଚିଂ କ୍ରାକ୍ କରିଛନ୍ତି IAS ପରୀକ୍ଷା । ଇଣ୍ଟରନେଟ୍‌ରୁ ପାଠ ପଢ଼ିବା ସହ ସ୍କୁଲ ବହି ପଢ଼ି IAS ଅଧିକାରୀ ହୋଇଛନ୍ତି । UPSC ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଯଦି ସଠିକ୍ ଭାବେ କରାଯାଏ ତେବେ ସ୍ୱଳ୍ପ ସମୟ ମଧ୍ୟରେ ସଫଳତା ହାସଲ କରାଯାଇପାରେ ବୋଲି ସେ ପ୍ରମାଣିତ କରିଛନ୍ତି ।

Advertisment

UPSC ପ୍ରିଲିମ୍ ପାଇଁ କିପରି ଥିଲା ତେଜସ୍ୱୀଙ୍କ ରଣନୀତି

ତେଜସ୍ୱୀ UPSCର ବେସିକ୍ ସିଲାବସ୍ କଭର କରିବା ପାଇଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା NCERT ବହି ପଢ଼ି ଶେଷ କରିଥିଲେ। ଏହି ସବୁ ବହିକୁ ଭଲ ଭାବରେ ପଢ଼ି ନିଜର ଫଣ୍ଡାମେଣ୍ଟାକୁ ଅଧିକ ମଜଭୁତ୍‌ କରିଥିଲେ । ଏହା ପରେ ସେ ଅପସନାଲ ବିଷୟ ଉପରେ ଧ୍ୟାନ ଦେଇଥିଲେ। ସେ ବହି ଓ ଇଣ୍ଟରନେଟରୁ ସର୍ଚ୍ଚ କରି ନୋଟ୍‌ସ ମଧ୍ୟ ପ୍ରସ୍ତୁତ କରିଥିଲେ । ଯାହା ତାଙ୍କୁ ପରର୍ବତ୍ତୀ ସମୟରେ ଅନେକ ସାହାଯ୍ୟ କରିଥିଲା । ଏହାସହ ମକ୍ ଟେଷ୍ଟ ଦେଇ ନିଜର ପ୍ରୋଗ୍ରେସକୁ ମଧ୍ୟ ଅନୁଧ୍ୟାନ କରୁଥିଲେ ତେଜସ୍ୱୀ। 

ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିବା ପରେ ଯେବେ ତେଜସ୍ୱୀ ପ୍ରଥମ ଥର ପାଇଁ UPSC ପରୀକ୍ଷା ଦେଇଥିଲେ, ସେ ଫେଲ୍ ହୋଇଥିଲେ। ପ୍ରଥମ ପ୍ରୟାସରେ ପ୍ରିଲିମ୍ସ ପାସ୍‌ କରିଥିଲେ ବି ମେନ୍ସ ପରୀକ୍ଷାରେ ସେ ବିଫଳ ହୋଇଥିଲେ । ହେଲେ ପଛକୁ ଆଉ ଫେରି ଚାହିଁନଥିଲେ । କେଉଁ କାରଣରୁ ପ୍ରଥମ ପ୍ରୟାସରେ ଫେଲ୍ ହେଲେ ତାହା ଉପରେ ଅଧିକ ତର୍ଜମା କଲେ । ପୁଣି ଥରେ ନିଜକୁ ଅଧିକ ମଜଭୁତ କରି ଦ୍ୱିତୀୟ ଥର UPSC ପରୀକ୍ଷା ଦେଇଥିଲେ ତେଜସ୍ୱୀ। ଆଉ ଦ୍ୱିତୀୟ ପ୍ରୟାସରେ ସେ ସଫଳ ହୋଇଥିଲେ । ପରୀକ୍ଷାର ତିନୋଟି ରାଉଣ୍ଡକୁ ସଫଳତାର ସହ ପାସ୍ କରି ୧୨ତମ ରାଙ୍କ ହାସଲ କରିଥିଲେ ତେଜସ୍ୱୀ ।

Advertisment

ଏହି ବିରାଟ ସଫଳତା ପାଇବା ପରେ UPSC ଆଶାୟୀଙ୍କୁ ଏକ ବଡ଼ ଉପଦେଶ ଦେଇଛନ୍ତି ତେଜସ୍ୱୀ ରାଣା। ସେ କହିଛନ୍ତି ଯେ ୟୁପିଏସିରେ ସଫଳ ହେବା ପାଇଁ ପ୍ରୟାସ କରିବା ଏବଂ ପରୀକ୍ଷା ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ୍ । ସଠିକ୍ ଟ୍ରାକରେ ରହିବା ସହ ଉତ୍ତମ ଉତ୍ସକୁ ବ୍ୟବହାର କରିବା ଉଚିତ୍। ଏହା ସହ ମକ୍ ଟେଷ୍ଟ ମାଧ୍ୟମରେ ନିଜର ପ୍ରଗତିର ମୂଲ୍ୟାଙ୍କନ ମଧ୍ୟ କରିବା ଉଚିତ୍ । ଖାଲି ସେତିକି ନୁହେଁ ଧୌର୍ଯ୍ୟର ସହ ଚେଷ୍ଟା କରିବାକୁ ଓ ବିଫଳତାକୁ ଭୟ ନକରିବା ପାଇଁ ସେ ପରାର୍ମଶ ଦେଇଛନ୍ତି ।

UPSC IAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ