Advertisment

ରାଜ୍ୟରେ ବର୍ଷା ବିତ୍ପାତ : ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା

author-image
Prangyan Parimita
ଅଦ୍ୟତନ ହୋଇଛି
School Closeed Due To Heavy Rainfall In Odisha

Heavy Rainfall In Odisha

ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି। ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି।

Advertisment

ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ବର୍ଷା ସ୍ଥିତିକୁ ଦେଖି ସମ୍ବଲପୁରରେ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।..

ସେପଟେ ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା। ଗଜପତି ଜିଲ୍ଲା କାଶୀନଗର ଠାରେ ବଂଶଧାରା ନଦୀବିପଦ ସଂକେତ ୫୪.୬୦ମିଟର ରହିଥିବା ବେଳେ ବର୍ତ୍ତମାନ ୫୪.୯୦ ମିଟର ରହିଛି ଜଳସ୍ତର। ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ତେଣୁ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି । ବର୍ଷା ଅଧିକ୍ ହେଲେ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।ସେପଟ ନଦୀର ତଳ ମୁଣ୍ଡରେ ଅର୍ଥାତ୍ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଗୋଟାବ୍ୟାରେଜ୍ ଠାରେ ୧୭ଟି ଗେଟ ଖୋଲି ପ୍ରଥମ ବନ୍ୟାଜଳ ଛାଡ଼ିଛି।

Advertisment

ବର୍ତ୍ତମାନ ବ୍ୟାରେଜ ଦେଇ ୪୨ ହଜାର ୯୩୭ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳ ପରିଚାଳନା ଉପରେ ଗଜପତି ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆନ୍ଧ୍ର ପ୍ରଶାସନ ସାଇରନ ମାଧ୍ୟମ ବ୍ୟରେଜରେ ପ୍ରଥମ ବନ୍ୟାଜଳ ଛାଡି ଥିବା ବେଳେ ତଳିଆ ଗାଁ ଗୁଡ଼ିକୁ ଏନେଇ ସତର୍କ ସୂଚନା ଦେଇଛନ୍ତି।...

Heavy Rainfall Weather Update School Close
Advertisment
Advertisment