Head master’s son teaches students in school during her absence in Bhadrak
ମା’ ସ୍କୁଲ୍ରେ ପ୍ରଧାନ ଶିକ୍ଷୟିତ୍ରୀ। ହେଲେ ମା’ ବଦଳରେ ତାଙ୍କ ପୁଅ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଅନେକ ସମୟରେ ସ୍କୁଲ୍ରେ ଅନୁପସ୍ଥିତ ରହୁଥିବା ବେଳେ ତାଙ୍କ ପୁଅ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଥିବା ଭିଡିଓ ଭାଇରାଲ୍ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଅଭିଯୋଗ ଆସିଛି। ଖାଲି ଏତିକି ନୁହେଁ ମଧ୍ୟାହ୍ନଭୋଜନ ବି ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅ ଖାଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତକାଲି ଗୋପାଳପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ୍ ଆସି ନଥିବାବେଳେ ପୁଅକୁ ଚାବି ଦେଇ ସ୍କୁଲ୍ ପଠାଇ ଥିଲେ। ଆଉ ପୁଅ ବି ସ୍କୁଲ୍ରେ ତାଲା ଖୋଲି ଛାତ୍ରଛାତ୍ରୀଙ୍କୁ ପ୍ରାର୍ଥନା କରାଇ ପାଠ ପଢ଼ାଇଥିଲେ। ସ୍ଥାନୀୟ ଅଭିଭାବକ ଏହା ଦେଖି ବିରୋଧ କରିବାରୁ ପରେ ପ୍ରଧାନ ଶିକ୍ଷୟିତ୍ରୀ ପହଞ୍ଚିଥିଲେ। ଏମିତି ଅନେକ ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ୍ ଆସୁ ନଥିବାବେଳେ ତାଙ୍କ ପୁଅ ସ୍କୁଲ୍ ଆସି ପାଠ ପଢ଼ାଇଥାନ୍ତି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ଏପରିକି ସେ ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇକି ଯାଉଥିବା ଅଭିଯୋଗ ହୋଇଛି।
ସ୍କୁଲ୍ରେ ୨ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଛୁଟିରେ ଯାଇଛନ୍ତି, ଅନ୍ୟ ଜଣେ ହେଲେ ପ୍ରଧାନ ଶିକ୍ଷୟତ୍ରୀ। ହେଲେ ସେ ସ୍କୁଲ୍କୁ ନଆସି ପୁଅକୁ ପାଠ ପଢ଼ାଇବାକୁ ପଠାଉଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାକୁ ସେ କହିଛନ୍ତି, ଘରେ ଅସୁବିଧା ଥିବାରୁ ପୁଅକୁ ଚାବି ଦେଇ ସ୍କୁଲ୍ ପଠାଇଥିଲି। ସେ ଆସିଲା ପରେ ତାଙ୍କ ପୁଅ ପଳାଇଥିଲେ ବୋଲି ଶିକ୍ଷୟତ୍ରୀ କହିଛନ୍ତି। ଅନ୍ୟପକ୍ଷେ, ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ୍ ଶିକ୍ଷାଧିକାରୀ କହିଛନ୍ତି।
(ରିପୋର୍ଟ-ବାସୁଦେବ ଦାସ, ଚାନ୍ଦବାଲି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1677654674.jpg)