• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍କୁଲ ବାରଣ୍ଡାରେ ଗଢ଼ାହେଉଛି ଦେଶର ଭବିଷ୍ୟତ

  • ସ୍କୁଲ କୋଠରୀ ଅଭାବରୁ ଖତ ଖାଉଛି ବେଞ୍ଚ ଓ ଟେବୁଲ

ବିନିକା ( ଦିଲ୍ଲୀପ କୁମାର ସାହୁ) : ସମସ୍ତେ ପଢିବେ ସମସ୍ତେ ବଢିବେ । ତେଣୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚ ଶିକ୍ଷା ହେଉ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ପଢିବାକୁ ଛାତ୍ରଛାତ୍ରୀ ଓ ପାଠ ପଢାଇବାକୁ ଶିକ୍ଷକ ଅଛନ୍ତି । କିନ୍ତୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ସ୍କୁଲରେ ପାଠ ପଢିବା ବଦଳରେ ବାରଣ୍ଡାରେ ପାଠ ପଢୁଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ବାସ୍ତବତା ବଖାଣୁଛି । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ କାର୍ଯ୍ୟକ୍ଷମ ଶ୍ରେଣୀଗୃହ ରହିଛି ମାତ୍ର ଦୁଇଟି । ଏଇ ସ୍କୁଲରେ ଭିତ୍ତିଭୁମି ଅଛି, ହେଲେ ବିକାଶ ହେଉନାହିଁ । ଶ୍ରେଣୀ ଗୃହର ଅବସ୍ଥା କହିଲେ ନସରେ । କେଉଁଠି ଆଜ ବେଷ୍ଟର ଭାଙ୍ଗି ଚୁରମାର ହୋଇଯାଇଛି ତ ଆଉ କେଉଁଠି ସ୍କୁଲ ଗୃହର କବାଟ ଝରକାରେ ଉଇ ହୁଙ୍କା ମାଡ଼ିଛି । ସ୍କୁଲ କୋଠରୀ ଅଭାବରୁ ଖତ ଖାଉଛି ବେଞ୍ଚ ଓ ଟେବୁଲ ।

କେବଳ ସେତିକି ନୁହେଁ ସ୍କୁଲର ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିବା ସହିତ ଲଟାବୁଦା ହୋଇ କବାଟ ଗୁଡିକ ଭାଙ୍ଗି ଯାଇଛି । ବାଉଣ୍ଡ୍ରି ନ ଥିବାରୁ ଗାଇଁ ଗୋରୁଙ୍କ ଚରାଭୁଇଁ ପାଳଟିବା ସହିତ ସଂଧ୍ୟା ହେଲେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ମଧ୍ୟ ପାଳଟିଛି । ସ୍କୁଲର ଏଇ ସମସ୍ୟା ଦିନେ କି ଦୁଇ ଦିନର ନୁହେଁ ଦିର୍ଘ ବର୍ଷ ଧରି କୋଠରୀ ଅଭାବରୁ ସ୍କୁଲର ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ଗୃହର ସମସ୍ୟା ବିଷୟରେ ସରପଞ୍ଚ, ବିଡିଓ, ବିଇଓ, ଜିଲ୍ଲାପାଳ ଏବଂ ନେତାମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଫଳରେ ବାଧ୍ୟ ହୋଇ ଦୀର୍ଘ ବର୍ଷ ହେଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ମାନେ ।

ଧାନଚାଷ କରି ପରିବାର ପରିପୋଷଣ କରନ୍ତି ଜୁଲୁଣ୍ଡା ଅଚଂଳର ଲୋକେ । ତେଣୁ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପାଠ ପଢାଇବା ସେମାନଙ୍କ ପାଇଁ ସମ୍ଭବପର ନୁହେଁ । ଫଳରେ ବାଧ୍ୟ ହୋଇ ସରକାରୀ ସ୍କୁଲକୁ ପାଠ ପଢାଇବା ପାଇଁ ଛାଡୁଛନ୍ତି ଅଭିଭାବକ । ତେବେ ଏଇ ସ୍କୁଲରେ ବର୍ତ୍ତମାନ ପର୍ଯ୍ୟନ୍ତ ବାଉଣ୍ଡ୍ରି,ପିଇବା ପାଣି,କୋଠରୀ ଅଭାବ,ଶିକ୍ଷକ ପଦବୀ ଖାଲି ଆଦି ଅନେକ ସମସ୍ୟା ଲାଗି ରହିଥିବାରୁ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ପାଇଁ ମୁହଁ ମୋଡି ଦେଉଛନ୍ତି । ଅପରପକ୍ଷରେ ଏନେଇ ବିନିକା ବିଡିଓ ବ୍ୟାସେଦବ ବେହେରାଙ୍କୁ ପଚାରିବାରୁ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।